ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୫୯.୭୨ ପ୍ରତିଶତ ମତଦାନ

add-all

ଭୁବନେଶ୍ବର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୫୯.୭୨% ମତଦାନ ହୋଇଛି। ସେହିପରି ଭୁବନେଶ୍ବରରେ ୫୩.୫୪ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ବେଳେ କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%, ପୁରୀରେ ୬୧.୧୭% ଏବଂ ସମ୍ବଲପୁରରେ ୬୬.୬୭% ମତଦାନ ହୋଇଛି।
ସେହିପରି ଅନୁଗୁଳରେ ୬୫.୧୯, ନୟାଗଡ଼ରେ ୬୧.୦୮, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି |
ସମ୍ବଲପୁର ଲୋକସଭା କ୍ଷେତ୍ରରେ ୬୬.୬୭% ପ୍ରତିଶତ ମତଦାନ ହୋଇଛି। ଏହି ଲେକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଆଠମଲ୍ଲିକରେ ୬୬.୨୦, ଛେଣ୍ଡିପଦାରେ ୬୫.୫୦, ଦେବଗଡ଼ରେ ୬୭.୦୦, କୁଚିଣ୍ଡାରେ ୭୨.୫୫, ସମ୍ବଲପୁରରେ ୫୪.୪୦, ରେଙ୍ଗାଲିରେ ୬୯.୧୧ ଓ ରେଢାଖୋଲରେ ୬୬.୦୦ ପ୍ରତିଶତ ମତଦାନ ହୋଇଛି।
ଭୁବନେଶ୍ବର ଲୋକସଭା ଅଧୀନ ଖୋର୍ଦ୍ଧାରେ ୫୮.୧୨, ଜୟଦେବରେ ୬୪.୮୦, ଜଟଣୀରେ ୫୨.୪୦, ଏକାମ୍ରରେ ୪୯.୫୦, ଚିଲିକାରେ ୬୦.୧୨, ଭୁବନେଶ୍ବର ଉତ୍ତରରେ ୪୫.୪୫.୦୦, ଭୁବନେଶ୍ବର ‌ମଧ୍ୟରେ ୪୪.୧୨, ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି।
ରାଜ୍ୟର ତୃତୀୟ ପର୍ଯ୍ୟାୟରେ ଆଜି ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ଅଧିନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି |

ad-week
Leave A Reply

Your email address will not be published.