ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି ଘଟଣା: ଏଡିଜି କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

add-all

ସମ୍ବଲପୁର,୨୫।୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀର ମତଦାନବେଳେ ଜଣେ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା କୁହାଯାଉଛି। ଏହି ଘଟଣାର ଭିଡିଓ ଫୁଟେଜ ମିଳିଛି। ଏନେଇ ସୂଚନା ଦେଇଛନ୍ତି ସିଇଓ ଏବଂ ଏଡିଜି।

ସୂଚନାନୁସାରେ, ଏଡିଜିଙ୍କୁ ଭିଡିଓ ଫୁଟେଜ ମିଳିଥିବା କହିଛନ୍ତି। ଏଥିସହ ଏନେଇ ଏସପିଙ୍କ ସହ କଥା ହୋଇଛୁ ବୋଲି କହିଛନ୍ତି। ଘଟଣା ସ୍ଥଳକୁ ତୁରନ୍ତ ଅଧିକ ପୋଲିସ ଟିମ ପଠାଇବା ସହ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉଭୟ କହିଛନ୍ତି।

ad-week
Leave A Reply

Your email address will not be published.