ବଡ଼ମାଧପୁର ଓ ଗୋବା ଗ୍ରାମରେ ଛତ୍ରପୁର ପୋଲିସର ଫ୍ଲାଗ ମାର୍ଚ୍ଚ

add-all

ଛତ୍ରପୁର : ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ରୋକ ଲଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଛି l ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଓ ଗୋବା ଗ୍ରାମରେ ଗଞ୍ଜାମ ଏସପି ଜଗମୋହନ ମିନା ଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି l

ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ବିଷୟରେ ପୋଲିସ କୁ ଖବର ଦେବା ସହିତ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାସଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ମାନେ ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ସଚେତନତା କରିଛନ୍ତି l

ad-week
Leave A Reply

Your email address will not be published.