
ଛତ୍ରପୁର : ଆଜି ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ଶ୍ରୀରାମନଗର ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମିଳିଲା ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ୮୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଫଳାଫଳ ପାଇଁ ଫର୍ମ ପୂରଣ କରିଥିବା ବେଳେ ୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେଥି ମଧ୍ୟରୁ ଅଭିପ୍ସା ପ୍ରିୟଦର୍ଶିନୀ ନେପାକ ୯୩.୫ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହେବା ସହ ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ସେହିପରି ବିଘ୍ନେଶ କୁମାର ଚୌଧୁରୀ ୯୩ ପ୍ରତିଶତ ମାର୍କ ରଖିଥିବା ବେଳେ ଅର୍ପିତା ନାୟକ ୯୨ ପ୍ରତିଶତ, ସୁସ୍ମିତା ନାୟକ ୯୨.୬୭ ପ୍ରତିଶତ, ଦୁର୍ଗା ମାଧବ ବାରିକ ୯୨.୩୩ ପ୍ରତିଶତ, ପୂର୍ବାସା ବେହେରା ୯୦.୮୩ ପ୍ରତିଶତ ମାର୍କ ରଖିଛନ୍ତି । ୬ ଜଣ ଏ୧ ଗ୍ରେଡ ରଖି ପାସ ହୋଇଥିବା ବେଳେ ୨୨ ଜଣ ଏ୨, ୩୭ ଜଣ ବି୧, ୨୧ ଜଣ ବି୨ ଗ୍ରେଡ ରଖି କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ଏଭଳି ଫଳାଫଳ ହୋଇଥିବାରୁ ବେଶ୍ ଖୁସି ଅଛନ୍ତି ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାର୍ଥୀ ଅଭିଭାବକ ମାନେ ।