ବେଆଇନ ବାଲି ଚାଲାଣ, ବେଆଇନ ଚୋରା ମଦ ବିକ୍ରୀ, ମଦଦୋକାନ ଓ ପଥରବ୍ଲାଷ୍ଟିଂ ବନ୍ଦ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କ ଦାବୀପତ୍ର

youtube

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି | ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି ା କେତେକ ସ୍ଥାନରେ ବାଲିଖାଦାନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ସ୍ଥାନରେ ବେଆଇନ ଭାବେ ବାଲି ଉଠାଯାଉଛି ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଉଥିବା ଟ୍ରାନଜିଟ ପାସର ଦୁରୂପଯୋଗ କରି ବିଭିନ୍ନ ସ୍ଥାନକୁ ମଧ୍ୟ ବାଲି ଚାଲାଣ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ହିଞ୍ଜିଳିକାଟୁ ତହସିଲ ଅଞ୍ଚଳର ଶିକିରି , ଆଲପୁର,ରାଳବ,ନନ୍ଦିକ,ଦିଗାପଡାଶାସନ,ଖଣ୍ଡରା,ଖରିଡା,ବ୍ରାହ୍ମଣଛାଇ ଅଞ୍ଚଳ ନଦୀରୁ ବାଲି ଉତ୍ତୋଳନ କରିବା ସକାଶେ ରାଜସ୍ବ ଜମା ନଂ ଦେଇ ଲିଜ ଵିନା କାଗଜ କଲମରେ ଭିତିରି ଦିଆନିଆ ରେ ନିଆଯାଇଛି। ଲିଜ ଖାଦାନର ବାଲି ଚଢା ଦରରେ ବିକ୍ରି ହେଉଥିବାରୁ ଆବାସ ଗୃହ ଯୋଜନାରେ ହିତାଧିକାରୀମାନେ ଆର୍ଥିକ ସମସ୍ୟାରେ ପଡୁଛନ୍ତି। ଅନ୍ୟପକ୍ଷେ ଲିଜ ଖାଦାନରୁ ବେଆଇନ ଭାବେ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଇ ଡମ୍ଫରରେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକିବାରେ ରାଜସ୍ବ ବିଭାଗ ଫେଲ୍‌ ମାରିଛି ା ଏହାର ସୁଯୋଗ ନେଇ କେତେକ ଅସାଧୁ ବେପାରୀ ବେଆଇନ ଭାବେ ଚୋରାରେ ବାଲି ଉତ୍ତୋଳନ କରି କମ୍‌ ଦାମରେ ବିକ୍ରି କରୁଛନ୍ତି |

ଋଷିକୂଲ୍ୟା ନଦୀ ପଠାର ଶିକିରି ,ଖରିଡା,ନନ୍ଦିକ,ଦିଗାପଡା ଶାସନ ଓ ବ୍ରାହ୍ମଣଛାଇ ଆଦି ସ୍ଥାନରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବାରୁ ନଦୀକୂଳ କ୍ଷୟ ଘଟି ନଦୀପଠା ଗ୍ରାମ ପ୍ରତି ବିପଦ ସୃଷ୍ଟି କରିଛି। ରାତି ଅଧିଆ ବିଭାଗୀୟ କର୍ମଚାରୀଙ୍କ ଭିତିରି ଦିଆନିଆ ରେ ମେଶିିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯିବାରୁ ସେହି ସ୍ଥାନରେ ନଦୀଶଯ୍ୟା ଗଭୀର ହୋଇଛି। ତଳମୁଣ୍ଡରେ ଥିବା ନଦୀ ବାଙ୍କରେ ବର୍ତ୍ତମାନ ବାଲି ଜମା ହୋଇ ରହିଥିବାରୁ ବନ୍ୟା ଆସିଲେ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରାଯାଉଛି। ବେଆଇନ ମଦଦୋକାନ, ଅବାଧ ମଦ ବିକ୍ରୀ, ବେଆଇନ ଚୋରା ବାଲି ଉତ୍ତୋଳନ ସହ ଚାଲାଣ ଓ ପଥର କୁଆଁରୀ ରୁ ପଥର ବ୍ଳାଷ୍ଟିଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ନେଇ କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ଅଭିଯୋଗ କରିଛନ୍ତି ‌। ଶ୍ରୀ ପାଢି ଏ ନେଇ ଗଞ୍ଜାମ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଛତ୍ରପୁର, ଓଡ଼ିଶା ସରକାରଙ୍କ ଷ୍ଟିଲ ଓ ମାଇନ ମୁଖ୍ୟ ନିର୍ଦ୍ଧେଶକ, ଛତ୍ରପୁର ଅବକାରୀ ବିଭାଗ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଆସନ୍ତା ମାସ ୧୦ରିଖ ମଧ୍ୟରେ ବେଆଇନ ଚୋରା ମଦ ବିକ୍ରୀ,ଚୋରାବାଲି ଉତ୍ତୋଳନ, ପଥରବାଷ୍ଟିଂ ଓ ମଦ ଦୋକାନକୁ ଵନ୍ଦ କରାନଗଲେ ୧୫ତାରିଖରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଜଣାଇଛନ୍ତି।

Leave A Reply

Your email address will not be published.