କାର ଧକ୍କାରେ ବୃଦ୍ଧ ଆହତ

youtube

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ ରବିବାର ଦିନ ୨ ଘଣ୍ଟା ସମୟରେ ଏକ କାର ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି l ଆହତ ବୃଦ୍ଧ ଜଣକ ହେଲେ କଣମଣା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ l ଗୋପାଳପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଓଡି୦୨ ସିଏଲ ୫୯୧୧ ନଂ ଏକ କାର ବ୍ରହ୍ମପୁର ରୁ କଣମଣା ଅଭିମୁଖେ ଯାଉଥିବା ପୁର୍ଣ ଚନ୍ଦ୍ର ସାହୁଙ୍କୁ ଧକ୍କା ଦେଇଥିଲେ l ଫଳରେ ବୃଦ୍ଧ ଜଣକ ରାସ୍ତାରେ ପଡି ଯାଇଥିଲେ l ଘଟଣାର ଖବର ପାଇ ଏନଏଚ ପେଟ୍ରୋଲିଙ୍ଗ ଗାଡିର ଏସପିଓ ନୀଳାଞ୍ଚଳ ସେଠି ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ କୁ ଆଣିଥିଲେ l

Leave A Reply

Your email address will not be published.