ଫୁଲବାଣୀ ସହରର ଗର୍ବ ଗୌରବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର

youtube

ଫୁଲବାଣୀ : ଲଗାତାର ଭାବରେ ବର୍ଷ ବର୍ଷ ଧରି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଟ୍ରିକ ପରୀକ୍ଷାରେ ନିଜର ଗର୍ବ ଓ ଗୌରବକୁ ବଜାୟ ରଖିବା
ତଥା ଶତ ପ୍ରତିଶତ ସଫଳତା ହାସଲ କରି ଆସିଛି l ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ଫଳାଫଳ ସହିତ ଏ-୧ ସାତଟି ହାସଲ କରି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ପ୍ରକାଶ ଥାଉ କି ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ମୋଟ ୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ଏ-୭ରେ ୭,ଏ-୨ ଶ୍ରେଣୀରେ ୯ ଜଣ, ବି-୧ ଶ୍ରେଣୀରେ ୧୪ ଜଣ, ବି-୨ ଶ୍ରେଣୀରେ ୨୯ ଜଣ, ସି- ଶ୍ରେଣୀରେ ୨୫ ଜଣ ଓ ଡି- ଶ୍ରେଣୀରେ ୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଏ-୧ ଶ୍ରେଣୀର ୭ ଜଣଙ୍କ ମଧ୍ୟରେ ଛାତ୍ରୀ ତିତିକ୍ଷା ପଣ୍ଡା ମୋଟ ୬୦୦ ରୁ ୫୫୪ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଓ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆଦ୍ୟାଶା ପାଣ୍ଡେ ୫୪୯ ନମ୍ବର ରଖି ବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ, ଆକାଂକ୍ଷା କର ୫୪୬ ନମ୍ବର ରଖ୍ ବିଦ୍ୟାଳୟରେ ତୃତୀୟ ସ୍ଥାନ, ଅଳଙ୍କୃତା ପାଢୀ ୫୪୫ ନମ୍ଵର ରଖି ଚତୁର୍ଥ,ସ୍ଵପ୍ନା ଶୁଭଦର୍ଶିନି, ତୁଳିକା ପ୍ରିୟଦର୍ଶିନୀ ଭୋଇ ଓ ଦେବସ୍ମୀତା ପ୍ରଧାନ ଏହି ତିନି ଜଣ ଛାତ୍ରୀ ୫୪୦ ନମ୍ଵର୍ ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି l

ବିଦ୍ୟାଳୟର ସଫଳତାକୁ ନେଇ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, ବିଦ୍ଵତ ପରିଷଦର ସଭାପତି ବାସୁଦେବ ପ୍ରହରାଜଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ନିଜକୁ ଗୌରବାନ୍ବିତ ମନେ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏତଦ୍ ବ୍ୟତୀତ ବିଦ୍ୟାଳୟ ପରିଚାଳନା ସମିତି ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ସଫଳତାର ଶ୍ରେୟ ପ୍ରଦାନ କରିବା ସହିତ ଆଗାମୀ ଶିକ୍ଷା ବର୍ଷରେ ମଧ୍ୟ ଏପରି ସଫଳତା ଅର୍ଜନ କରିବା ପାଇଁ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଉତ୍ସାହିତ କରିଛନ୍ତି । ପୁନଶ୍ଚ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ, ସେବକ ସେବିକା ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ଏବଂ ପରିଶେଷ ରେ କୃତି ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସମସ୍ତଙ୍କ ତରଫରୁ ମଙ୍ଗଳ କାମନା କରାଯାଇଛି ।

Leave A Reply

Your email address will not be published.