ଫୁଲବାଣୀ ଲେଖକ ସାମ୍ମୁଖ୍ୟର ମାସାନ୍ତ ସୃଜନ ସାହିତ୍ୟ ଆସର ଆୟୋଜିତ

youtube

ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ରବିବାସରୀୟ ସାହିତ୍ୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସାହିତ୍ୟ ସମାଜର ସ୍ୱର, ଯୁବ ପିଡି ସାହିତ୍ୟ ର ସାଧନା କରିବା ଉଚିତ ବୋଲି ସେ ମତ ଦେଇଥିଲେ l ସମ୍ପାଦକ ବନ ବିହାରୀ ନନ୍ଦଙ୍କ ଅନୁପସ୍ଥିତିରେ ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ପ୍ରଥମେ ବିଶିଷ୍ଟ କବି ସ୍ବର୍ଗତ ସୁନୀଲ ପୃଷ୍ଟି ଓ ଫୁଲବାଣୀର ପରିଚିତ ଶିକ୍ଷକ ଓ କବି ସ୍ବର୍ଗତ ଓମ ପ୍ରକାଶ ପଣ୍ଡାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନୀରବ ପାର୍ଥନା କରାଯାଇଥିଲା l ଉପସଭାପତି ବିଜୟ କୁମାର ମହାନ୍ତି, ଉପଦେଷ୍ଟା ନବୀନ କିଶୋର ପଣ୍ଡା, ନବ କିଶୋର ରଥ ପ୍ରମୁଖ ଆଲୋଚନା କରିଥିଲା ବେଳେ କବି କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ସୋମନାଥ ସାହୁ, ରାଜେନ୍ଦ୍ର ନାୟକ, ପୂର୍ଣଚନ୍ଦ୍ର ମହାକୁଡ଼, ରବୀନ୍ଦ୍ର ନାଥ ମିଶ୍ର, ନବୀନ କିଶୋର ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, କୈଳାଶ ଧଳ ପ୍ରମୁଖ କବିତା ଆବୃତ୍ତି କରିଥିଲେ l
କବି କୁମାର କୁନ୍ଦନ ସିଂ, ଶ୍ୟାମ ସୁନ୍ଦର ପଣ୍ଡା, ଅଶୋକ କୁମାର ବେହେରା ପରିଚାଳନାରେ ସହଯୋଗ କରିଥିଲା ବେଳେ ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.