
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସୁନାମଧନ୍ୟ ରତ୍ନମଞ୍ଜରୀ ଆର୍ଟ ନିବେଦିତ ସମାଜର ଏକ ସତ୍ୟ ଘଟଣା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ରିଲୋ ରିଲୋ’ ରାଇଘର ତପନ କଲ୍ୟାଣ ମଣ୍ଡପ ଠାରେ ୨୫/୦୫/୨୦୨୪ ରିଖ ମୁକ୍ତିଲାଭ କରିଛି। ମୁକ୍ତିଲାଭ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠି, ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ପରିକ୍ଷିତ ସାହୁ, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ରନାଥ ପଣ୍ଡା, ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଗୋପାଳ ମହାରଣା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ପ୍ରୀତିସ୍ନିଗ୍ଧା ମହାପାତ୍ର ପ୍ରମୁଖ ଏହି ସମାରୋହରେ ଯୋଗଦାନ କରି ସମାଜର ସତ୍ୟ ଘଟଣା ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚିତ୍ର ରିଲୋ ରିଲୋର ନିର୍ଦେଶକ ଓ କଳାକାର ମାନଙ୍କ ପ୍ରସଂସା କରିଥିଲେ।
ପୂର୍ବରୁ ରତ୍ନମଞ୍ଜରୀ ଆର୍ଟ ତରଫରୁ ମୃତ୍ୟୁର ଶବ୍ଦ,କଞ୍ଚାମାଟି, ଆଶା ଇତ୍ୟାଦି କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକ ମୁକ୍ତି ଲାଭ କରାଇ ସଫଳତାର ସହିତ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଥିବା ବେଳେ ଏହା ହେଉଛି ଅନୁଷ୍ଠାନର ଚତୁର୍ଥ କ୍ଷୁଦ୍ର ଚଳଚ୍ଚିତ୍ର। ବିଗତ ଚଳଚ୍ଚିତ୍ର ମାନଙ୍କ ଭଳି ସମାଜରେ ଘଟୁଥିବା ନିଛକ ଘଟଣା ଓ ଦୁର୍ଘଟଣା କୁ ସମାଜ ଓ ଜ଼ିଲ୍ଲା ବାସୀଙ୍କ ଆଗରେ ରଖିବାକୁ ଚେଷ୍ଟା କରିଛି। ପୂର୍ବରୁ ରତ୍ନମଞ୍ଜରୀ ଆର୍ଟର ପ୍ରତ୍ୟେକଟି କଳାକାର ଯେପରି ନିଜ ନିଜର ସଫଳ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ସେମାନଙ୍କ ସହିତ ଆଉ କିଛି ନୂଆ ମୁହଁକୁ ନେଇ ପ୍ରସ୍ତୁତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋଟି ମୁକ୍ତିଲାଭ କରିଛି। କଳା ସଂସ୍କୃତି ପ୍ରେମୀ ଓ ଜନତା ଏହି କ୍ଷୁଦ୍ର ଚଳଚିତ୍ରଟି ଦେଖି ରତ୍ନ ମଞ୍ଜୁରୀ ଆର୍ଟ କୁ ଭୁରି ଭୁରି ପ୍ରସଂସା କରିଛନ୍ତି ।
ରିଲୋ ରିଲୋ ଚଳଚ୍ଚିତ୍ରର ପ୍ରଯୋଜକ ଭାବେ ଧନଞ୍ଜୟ ମଲ୍ଲଙ୍କୁ ଦେଖିବା ସହ ଚଳଚ୍ଚିତ୍ର ର ନିର୍ଦ୍ଦେଶନା, ରଚନା ଓ ସମ୍ପାଦନା କରିଛନ୍ତି ରୋଶନ ବରାଳ, ଓ ନିର୍ଦ୍ଦେଶନା ଚିତ୍ରନାଟ୍ୟରେ କେଶବ ପଟ୍ଟନାୟକ ଏବଂ ସଂଗୀତରେ ଚିତ୍ରସେନ ଦୁର୍ଗାଙ୍କୁ ଦେଖିବାକୁ ମିଳିଛି। ଶେଷରେ ଚଳଚିତ୍ରଟିକୁ ଦେଖି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି ପ୍ରୀତିସ୍ନିଗ୍ଧା ମହାପାତ୍ର ରିଲୋ ରିଲୋ ଟିମକୁ ୫୦୦୦ ଟଙ୍କା ପ୍ରଦାନ କରିଛନ୍ତି, ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ଅଭିରାମ ଲେଙ୍କା ଏବଂ ସ୍ଵଗତିକା ବାହିନୀପତି ଶେଷରେ କାର୍ଯ୍ୟକ୍ରମଟିକୁ ଶିକ୍ଷକ ପ୍ରକାଶ ସାମଲ ଆଗତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମାପ୍ତ କରିଥିଲେ।