ପାପୁଆ ନ୍ୟୁ ଗିନି ଭୂସ୍ଖଳନ : ମୃତ୍ୟୁସଂଖ୍ୟା ୨୦୦୦ ଟପିଲା

add-all

ସିଡନି: ୩ ଦିନ ତଳେ ପାପୁଆ ନ୍ୟୁ ଗିନିରେ ଏକ ଭୟଙ୍କର ଭୂସ୍ଖଳନରେ ହୋଇଥିବା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ପ୍ରଥମ ଦିନ ମୃତ୍ୟୁସଂଖ୍ୟା ୬୦୦ ଥିବାବେଳେ ଏବେ ତାହା ୨ ହଜାରକୁ ବୃଦ୍ଧି ପାଇଛି । ପ୍ରତିକୂଳ ପାଗ ଓ  ବିପଜ୍ଜନକ ଅଞ୍ଚଳ ଯୋଗୁଁ ସହାୟତା ବାଧାପ୍ରାପ୍ତ ହେଉଛି ବୋଲି ସୋମବାର ସରକାର କହିଛନ୍ତି। ଏଭଳି ସ୍ଥିତିରେ ଫସିରହିଥିବା ଲୋକଙ୍କୁ ବଞ୍ଚିବା ପାଇଁ ଆଶା କମ୍ ରହିଛି। ଜାତୀୟ ବିପର୍ଯ୍ୟୟ କେନ୍ଦ୍ର ମିଳିତ ଜାତିସଂଘକୁ ଚିଠି ଲେଖି ମୃତ୍ୟୁର ଏହି ନୂଆ ସଂଖ୍ୟା ଉପସ୍ଥାପନ କରିଛି।

ପାପୁଆ ନ୍ୟୁଗିନିର ପ୍ରତିରକ୍ଷା ମନ୍ତ୍ରୀ ବିଲି ଜୋସେଫ୍ କହିଛନ୍ତି ଯେ ଏଙ୍ଗା ପ୍ରଦେଶର ମାଇପ୍-ମୁଲିଟାକା ଅଞ୍ଚଳର ୬ଟି ଦୁର୍ଗମ ଏବଂ ପାହାଡ଼ିଆ ଗ୍ରାମରେ ୪୦୦୦ ଲୋକ ରହୁଛନ୍ତି। ଶୁକ୍ରବାର ଭୋର ସମୟରେ ଭୂସ୍ଖଳନ ଘଟିବା ବେଳେ ଅଧିକାଂଶ ଶୋଇଥିଲେ। ପ୍ରାୟ ଦୁଇ ମହଲା ଉଚ୍ଚର ଭଗ୍ନାବଶେଷ ତଳେ ୧୫୦ରୁ ଅଧିକ ଘର ପୋତି ହୋଇଯାଇଥିଲା। ଉଦ୍ଧାରକାରୀମାନେ ମାଟି ତଳୁ ଚିତ୍କାର ଶୁଣିଥିଲେ। ସ୍ଥାନୀୟ ବାସିନ୍ଦା ଏଭିତ୍ କାମ୍ବୁ ରଏଟର୍ସକୁ କହିଛନ୍ତି, “ମୋ ପରିବାରର ୧୮ ଜଣ ସଦସ୍ୟ ଭଗ୍ନାବଶେଷ ଏବଂ କାଦୁଅ ତଳେ ପୋତି ହୋଇ ରହିଛନ୍ତି ଯାହା ଉପରେ ମୁଁ ଠିଆ ହୋଇଛି ଏବଂ ଗାଁରେ ମୋ ପରିବାରର ଅନେକ ସଦସ୍ୟ ଅଛନ୍ତି ଯାହାକୁ ମୁଁ ଗଣନା କରିପାରିବି ନାହିଁ। କିନ୍ତୁ ମୁଁ ମୃତଦେହ ଉଦ୍ଧାର କରିପାରୁନାହିଁ ତେଣୁ ମୁଁ ଅସହାୟ ଭାବେ ଏଠାରେ ଛିଡ଼ା ହୋଇଛି । “

ad-week
Leave A Reply

Your email address will not be published.