ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧି

add-all

ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କ ସଭାମଞ୍ଚର କିଛି ଅଂଶ ଦବି ଯାଇଛି। ସେ ଲୋକଙ୍କୁ ହାତ ହଲାଉ ଥିବା ବେଳେ ହଠାତ୍‌ ମଞ୍ଚଟି ଦବି ଯାଇଥିଲା।

ତେବେ ରାହୁଲ ଗାନ୍ଧି ଏଥିରେ କୌଣସି ପ୍ରକାରର ଆହତ ହୋଇ ନାହାନ୍ତି। ବରଂ ମଞ୍ଚ ଦବିବା ସତ୍ତ୍ୱେ ସେ ବଚଳିତ ହୋଇ ନଥିଲେ। ପୂର୍ବଭଳି ଲୋକଙ୍କ ଅଭିବାଦନ ଗ୍ରହଣ କରି ମଞ୍ଚରେ ଭାଷଣ ଦେଇଥିଲେ। ତାଙ୍କ ସହ ଏହି ସମୟରେ ଲାଲୁ ପ୍ରାସଦ ଯାଦବଙ୍କ ଝିଅ ମିଶା ଭାରତୀ, ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟ ନେତାମାନେ ସଭା ମଞ୍ଚରେ ରହିଥିଲେ।

ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକ ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ଆରଜେଡି ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବାରୁ ରାହୁଲ ଆଜି ସେଠାକୁ ପ୍ରଚାର ପାଇଁ ଯାଇଥିଲା। ମିଶା ଭାରତୀ ଏଥର ପାଟିଲପୁତ୍ର ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ୁଛନ୍ତି।

ରାହୁଲ ଗାନ୍ଧି ସେଠାରେ ପହଞ୍ଚିବା ପରେ ମିଶା ତାଙ୍କୁ ଷ୍ଟେଜ ଉପରେ ରହିଥିବା ତାଙ୍କ ସିଟ୍‌ ଆଡ଼କୁ ନେଉଥିଲେ। ତାଙ୍କ ପଛରେ ଅସୁସ୍ଥ ଥିବା ତେଜସ୍ୱୀ ଯାଦବ ମଧ୍ୟ ଦୁଇ ଜଣ ସହାୟତାରେ ସିଟ୍‌ ପାଖକୁ ଯାଉଥିଲେ। ରାହୁଲ ଓ ଅନ୍ୟମାନେ ଆଗକୁ ଯାଉଥିବା ବେଳେ ହଠାତ୍‌ ମଞ୍ଚଟିର କିଛ ଅଂଶ ଦବି ଯାଇଥିଲା। ରାହୁଲ ମଧ୍ୟ ସାମାନ୍ୟ ନିୟନ୍ତ୍ରଣ ହରାଇଥିଲେ।

ଏହା ଦେଖି ମିଶା ଭାରତୀ ତୁରନ୍ତ ରାହୁଲଙ୍କ ହାତକୁ ଧରି ପକାଇଥିଲେ। ରାହୁଲଙ୍କ ସୁରକ୍ଷାକର୍ମୀମାନେ ମଧ୍ୟ ତାଙ୍କୁ ନିୟନ୍ତ୍ରଣ କରିବାକୁ ଦୌଡ଼ି ଆସିଥିଲେ। ହେଲେ ରାହୁଲ ଓ ମିଶା ଭାରତୀୟ ଆଦୌ ବିଚଳିତ ହୋଇ ନଥିଲେ। ଉଭୟ ଠିକ ଥିବା ସୁରକ୍ଷାକର୍ମୀଙ୍କୁ କହିବା ସହ ସ୍ମିତ ହାସ୍ୟ ଦେଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ଏପରି ଘଟଣା ସତ୍ତ୍ୱେ ରାହୁଲ ଗାନ୍ଧି ନିଜର କାର୍ଯ୍ୟକ୍ରମ ଜାରି ରଖିବା ସହ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଥିଲେ। ଏଥିସହ ମିଶାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.