ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଲା

add-all

ସର୍ବକାଳୀନ ରେକର୍ଡ କରିଛି ଦେଶର ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା। ଆଜି ପ୍ରଥମଥର ପାଇଁ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଛି। ପୂର୍ବରୁ ଦିଲ୍ଲୀର କୌଣସି ସ୍ଥାନରେ ତାପମାତ୍ରା କେବେ ହେଲେ ୫୨ ଡିଗ୍ରୀ ପାର କରି ନଥିଲା।

କିନ୍ତୁ ଆଜି ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୫୨ ଡିଗ୍ରୀ ଅତିକ୍ରମ କରିଛି। ଦିନ ୨.୩୦ ବେଳକୁ ଏଠାରେ ତାପମାତ୍ରା ୫୨.୩ ଡିଗ୍ରୀ ରହିଥିଲା। ଗତକାଲି ଏଠାରେ ତାପମାତ୍ରା ୪୯.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। 

ଅସହ୍ୟ ତାତି ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବାଦ ଦିଲ୍ଲୀରେ ବିଜୁଳି ଚାହିଦା ମଧ୍ୟ ସର୍ବକାଳୀନ ରେକର୍ଡ କରିଛି। ହିଟୱେଭ ଯୋଗୁ ବିଜୁଳି ଚାହିଦା ୮,୩୦୨ ମେଗାୱାଟରେ ପହଞ୍ଚି ଯାଇଛି। ତାତିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଏସିର ବ୍ୟବହାର କରୁଥିବାର ବିଜୁଳି ଖର୍ଚ୍ଚ ବଢ଼ି ଯାଇଥିବା ଜଣାପଡ଼ିଛି।

ଦିଲ୍ଲୀ ବ୍ୟବତୀତ ରାଜସ୍ଥାନର ଫାଲୋଡି ଓ ଚୁରୁରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଏଠାରେ ପାରଦ ୫୦ ଡିଗ୍ରୀ ଅତିକ୍ରମ କରିଛି। ଫାଲୋଡିରେ ତାପମାତ୍ରା ୫୧ ଡିଗ୍ରୀ ଓ ଚୁରୁରେ ଏହା ୫୦.୮ ଡିଗ୍ରୀ ରେକର୍ଡ କରାଯାଇଛି। ହରିୟାଣର ସିର୍ସାରେ ପାରଦ ୫୦.୩ ଡିଗ୍ରୀ ରହିଛି।

ତେବେ ରାଜସ୍ଥାନର ବାରମେର, ଯୋଧପୁର, ଉଦୟପୁର, ସିରୋହି ଓ ଜାଲୋରରେ ପାରଦ ୪ ଡିଗ୍ରୀ ହ୍ରାସ ପାଇଛି। ଆରବ ସାଗର ଭିତରୁ ଥଣ୍ଡା ପବନ ଆସୁଥିବାରୁ ଲୋକମାନେ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତ ପାଇଛନ୍ତି।

ad-week
Leave A Reply

Your email address will not be published.