ବଲାଙ୍ଗୀରରେ ତାପମାତ୍ରା ୪୬.୩ ଡିଗ୍ରି ରେକର୍ଡ

add-all

ଭୁବନେଶ୍ବର: ପ୍ରବଳ ଖରାରେ ପଶ୍ଚିମ ଓଡ଼ିଶା ଜଳୁଛି। ବିନା ଚପଲରେ ମାଟି ଉପରେ ପାଦ ରଖି ହେଉନାହିଁ। ପୋଖରୀର ପାଣି ଫୁଟୁଛି। ଆଜି ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୫ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ବଲାଙ୍ଗୀର ତାପମାତ୍ରା ରେକର୍ଡ କରିଛି। ଏଠାରେ ୪୬.୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସୋନପୁରରେ ୪୬.୨, ଟିଟିଲାଗଡ଼-ଝାରସୁଗୁଡ଼ାରେ ୪୬, ସମ୍ବଲପୁରରେ ୪୫.୬, ବୌଦ୍ଧରେ ୪୫.୩ ଓ ହୀରାକୁଦରେ ୪୫. ୧ ଡିଗ୍ରି ପାରଦ ଚଢ଼ିଛି।

ପ୍ରବଳ ଖରା ଯୋଗୁଁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ରେ ଗ୍ରୀଷ୍ମ ପ୍ରବାହ ରହିବ। ଏହାସହ
ଉଷ୍ମ ରାତ୍ରିର ଅନୁଭୂତି ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.