ବଡ଼ ଧରଣର ଭୂକମ୍ପ ଝଟକା, ଲୋକେ ଆତଙ୍କିତ

add-all

ବଡ଼ଧରରଣ ଭୂକମ୍ପ ଝଟକାରେ ଥରିଛି ମିଆଁମାର। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏହାର ପ୍ରଭାବ ମେଘାଲୟରେ ମଧ୍ୟ ଦେଖିବାକୁ ମିଳିଛି।

ସନ୍ଧ୍ୟା ପ୍ରାୟ ୬.୪୪ ମିନିଟରେ ମେଘାଳୟର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି। ଗୁହାଟୀ ଓ ମେଘାଳୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ଥିବା ଜଣାପଡ଼ିଛି। ଏହାର କେନ୍ଦ୍ର ସ୍ଥଳ ଶିଲଂ ଠାରୁ ୧୦ କିମି ଦୂର। ଏହା ଭୂଷ୍ଠରୁ ୧୧୦ କିମି ଗଭୀରତାରେ ସୃଷ୍ଟି ହୋଇଥିଲା।

ଅନେକ ଲୋକ ଝଟକା ଅନୁଭବ କରିଛନ୍ତି। ଝଟକା ପରେ ଲୋକମାନେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ। ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

ad-week
Leave A Reply

Your email address will not be published.