ନିମାପଡାରେ ବିଶାଳ ରୋଡ ସୋ’ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରରେ ମଇଦାନକୁ ଓହ୍ଲାଇଛନ୍ତି। ନିମାପଡାରେ ରୋଡ ସୋ’ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜନୀତିର ହଟସ୍ପଟ ପାଲଟିଥିବା ନିମାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ନିମାପଡାରେ ରୋଡ ସୋ କରି ଦଳୀୟ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।

ନବୀନଙ୍କୁ ଦେଖିବା ପାଇଁ ନିମାପଡାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକ ନବୀନଙ୍କୁ ରାସ୍ତାରେ ଅପେକ୍ଷା କରିଥିଲେ। ଏମିତିକି ଜନ ଗହଳିକୁ ଏଡାଇ ଆଗକୁ ବଢ଼ିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ କଷ୍ଟକର ହୋଇଥିଲା।

ପୂର୍ବରୁ ନବୀନ ଭୁବନେଶ୍ୱରର ତିନି ବିଧାନସଭା କ୍ଷେତ୍ରରେ ରୋଡ ସୋ କରିଥିଲେ। ଏବେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଥିବା ନିମାପଡା ବିଧାନସଭା କ୍ଷେତ୍ରରେ ରୋଡସୋ କରିଛନ୍ତି।

ad-week
Leave A Reply

Your email address will not be published.