ଦିନ ଦ୍ବିପ୍ରହରେ ଚାଲିଛି ଖୁଲାମଖୁଲା ସାର କଳାବଜାରୀ

add-all

କୃଷିବିଭାଗ ଅଧିକାରୀ ନୀରବଦ୍ରଷ୍ଟା

ଉମରକୋଟ : ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ମୂଲ୍ୟବାନ ସାର ୟୁରିୟାର କଳାବଜାରୀ । ବେପାରୀମାନେ ରାତିରେ ସାର କଳାବଜାରୀ କରୁ କରୁ ଏବେ ଦିନ ଦ୍ବିପ୍ରହରେ ଖୁଲାମ ଖୁଲା ଟ୍ରକ ଟ୍ରକ ମୂଲ୍ୟବାନ ୟୁରିୟା ସାର ର କଳାବଜାରୀ କରୁଛନ୍ତି । ଖବର ପାଇବା ପରେ ମଧ୍ୟ ତତ୍ପରତା ଓ ଅନୁସନ୍ଧାନ କରୁ ନାହାନ୍ତି କୃଷି ବିଭାଗ ଅଧିକାରୀ । ଆଜି ଦିନ ଦଶଟା ୩୫ ମିନିଟ ସମୟରେ ଏକ ଟ୍ରକ ଯାହାର ନମ୍ବର OR 10 H 8650 ରେ ରାଇଘର ପଟରୁ ୟୁରିୟା ସାର ଲୋଡ ହୋଇ ହାତୀଗାଁ ଅଭିମୁଖେ ଯାଉ ଥିବା ବେଳେ ଗଞ୍ଜାପାରା ଆଦର୍ଶ ସ୍କୁଲ ପାଖରେ ଥିବା ସମୟରେ ଗାଡିର ଡ୍ରାଇଭରଙ୍କ ପଚାରିବାରୁ କହିଲେ ଏହି ସାର ହାତୀଗାଁ ଅମିତ ପାଖରେ ଯାଉଛି। କିନ୍ତୁ ହାତୀଗାଁରେ ଅମିତ ବୋଲି କେହି ସାର ଲାଇସେନ୍ସ ହୋଲଡର ସାର ବିକ୍ରେତା ନାହିଁ। ସନ୍ଦେହ ହେବାରୁ କୃଷି ବିଭାଗ ଅଧିକାରୀ ରଶ୍ମିକାନ୍ତ ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ସୂଚନା ପ୍ରଦାନ କରିବାରୁ କିଛି ସନ୍ତୋଷ ଜଣକ ଉତ୍ତର ନ ଦେଇ କହିଲେ ଆମେ କଣ କରିବି ଆପଣ ନ୍ୟୁଜ କରୁନ୍ତୁ ପରେ ଆମେ ଇନକ୍ୱାଇରୀ କରିବୁ ।

କଥାରେ ଅଛି “”ଚୋରକୁ ଚୋରି କରୁନ୍ତୁ କହି ମାଲିକ କୁ ସତର୍କ କରିବା “”। ଏହାପରେ ସାର ଗାଡ଼ିଟି ହାତୀଗାଁ ଅଭିମୁଖେ ନ ଯାଇ ପୁଣି ରେଙ୍ଗାଭାଟି ରୁ ବ୍ୟକ କରି ରାଇଘର ଅଭିମୁଖେ ଫେରିଗଲା। କିଛି ସମୟ ପରେ ରାଇଘର ସାର ବେପାରୀ ଡିଲର ବୁଲୁ ପାଣିଗ୍ରାହୀ ଫୋନ କରି କହିଲେ କି ଆପଣମାନେ ଏମିତି କରିଲେ ଚାଷୀଙ୍କ ସାର କେମିତି ଦେବି କହି ଫୋନ କାଟିଦେଲେ।ଏଠି ସମସ୍ତେ ପ୍ରଶ୍ନବାଚୀ କରୁଛନ୍ତି କି ଯଦି ହାତୀଗାଁରେ ଅମିତ ବୋଲି କେହି ଲାଇସେନ୍ସ ହୋଲଡର ଅଛି ହେଲେ ଟ୍ରକ ଭର୍ତ୍ତୀ ସାର ସାମ୍ବାଦିକଙ୍କୁ ଦେଖି ହାତୀଗାଁ ନ ଯାଇ ଅଧା ବାଟରୁ ଫେରି ପୁଣି ରାଇଘର ବୁଲୁ ପାଣିଗ୍ରାହୀଙ୍କ ସାର ଗୋଦାମକୁ କାହିଁକି ଗଲା । ବାରଂବାର ବିଭିନ୍ନ ଗଣ ମାଧ୍ୟମରେ ସାର କଳାବଜାରୀର ନ୍ୟୁଜ ବାହାରିବା ବେଳେ ସାର ବେପାରୀମାନେ ଗଣମାଧ୍ୟମ କୁ ବେଖାତିର ବା ଅଣଦେଖା କରି,କୃଷି ବିଭାଗର ଅଧିକାରୀଙ୍କୁ ମୋଟା ଅଙ୍କର ହାତ ଗୁଂଜା ଦେଇ ଖୁଲାମ ଖୁଲା କରୁଛନ୍ତି ମୂଲ୍ୟବାନ ୟୁରିୟା ଓ ଗ୍ରମୋର ସାର ବ୍ୟାପାର। ଏହି କଲାବଜାରୀ ସାର ବ୍ୟାପାର ବନ୍ଦ କରିବାକୁ ଜ଼ିଲ୍ଲା ପ୍ରଶାସନ ଓ ଭିଜିଲାଞ୍ଚ ବିଭାଗ ସତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.