ବ୍ୟାଙ୍କରେ ପଡ଼ିଛି ୭୮,୨୧୩ କୋଟି ଟଙ୍କା, କେହି ନାହାନ୍ତି ଦାବିଦାର

add-all

ନୂଆଦିଲ୍ଲୀ : ବିଭିନ୍ନ ବ୍ୟାଙ୍କରେ ଜମା ଥିବା ଅଣଦାବିଦାର ଆକାଉଣ୍ଟ ଟଙ୍କା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଟଙ୍କା ୨୬% ବୃଦ୍ଧି ଘଟି ୭୮ ହଜାର ୨୧୩ କୋଟି ଟଙ୍କାରେ ପହଞ୍ଚିଛି, ଯେଉଁ ଆକାଣ୍ଟର କୌଣସି ଦାବିଦାର ନାହାନ୍ତି। ଆଜି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI) ପ୍ରକାଶ କରିଥିବା ଏକ ବାର୍ଷିକ ଡେଟାରୁ ଏହା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୩ ଶେଷରେ ଡିପୋଜିଟର ଆଣ୍ଡ ଏୱାରନେସ୍ ଫଣ୍ଡ(DEA) ପାଣ୍ଠି ସହ ଏହି ପରିମାଣ ୬୨,୨୨୫ କୋଟି ଟଙ୍କା ଥିଲା। ସମବାୟ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କଗୁଡିକ ୧୦ କିମ୍ବା ଏଥିରୁ ଅଧିକ ବର୍ଷ ଧରି ପଡ଼ି ରହିଥିବା ଅଣଦାବିଦାର ଡିପୋଜିଟକୁ RBIର DEA ପାଣ୍ଠିକୁ ସ୍ଥାନାନ୍ତର କରିଛନ୍ତି, ଯେଉଁଥିରୁ ଏହି ତଥ୍ୟ ପ୍ରକାଶ ପାଇଛି।
ବ୍ୟାଙ୍କ୍ ଖାତାଧାରୀଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଏକ ନିଷ୍କ୍ରିୟ ଆକାଉଣ୍ଟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପ୍ରାରମ୍ଭରେ ଅଚଳ ହୋଇଯାଇଥିବା ଏବଂ ଦାବିଦାର ନଥିବା ବ୍ୟାଙ୍କ୍ ଖାତା ଉପରେ ସବିଶେଷ ତଥ୍ୟ ମାଗିଥିଲେ।
ଠକେଇକୁ ରୋକିବା, ବ୍ୟାଙ୍କ୍ ଖାତାଧାରୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଏହିପରି ଆକାଉଣ୍ଟଗୁଡିକର ସମୀକ୍ଷା କରିବା ପାଇଁ ଆରବିଆଇ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛି। ଏହି ନିର୍ଦ୍ଦେଶନାମା ସମସ୍ତ ବାଣିଜ୍ୟିକ ବ୍ୟାଙ୍କ (ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସମେତ) ସମେତ ସମସ୍ତ ସମବାୟ ବ୍ୟାଙ୍କ ପାଇଁ ପ୍ରଯୁଜ୍ୟ। ଏପ୍ରିଲ ୧, ୨୦୨୪ରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇଛି।
ଏକାଧିକ ବ୍ୟାଙ୍କରେ ଅନାବଶ୍ୟକ ଜମାକୁ ସହଜରେ ଏବଂ ଗୋଟିଏ ସ୍ଥାନରେ ଖୋଜିବାରେ ଜମାକାରୀଙ୍କୁ ସୁବିଧା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏକ କେନ୍ଦ୍ରୀଭୂତ ୱେବ୍ ପୋର୍ଟାଲ୍ UDGAM-ଅନକ୍ଲେମ୍ଡ ଡିପୋଜିଟ୍ସ ଗେଟୱେ ଟୁ ଆକ୍ସେସ ଇନଫୋରମେସନ୍ ବିକଶିତ କରିଛି।

ad-week
Leave A Reply

Your email address will not be published.