ଡକାୟତି ଯୋଜନା ପ୍ରସ୍ତୁତ ବେଳେ ମାଡି ବସିଲା ପୁଲିସ, ୪ ଗିରଫ, ମାରଣାସ୍ତ୍ର ଜବତ

add-all

ହିଞ୍ଜିଳିକାଟୁ : ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ୫୯ ନଂ ଜାତୀୟ ରାଜପଥ ତଥା ଶ୍ୟାମଳାଇ ଛକ ନିକଟରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ହିଞ୍ଜିଳି ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଭୁଜାଲି, ଠେଙ୍ଗା , ୪ଟି ମୋବାଇଲ ଫୋନ୍ ସମେତ ଏକ କାର୍(ଓଡି୦୨ ସିଡି ୪୬୩୧)କୁ ଜବତ କରିଛି । ଗିରଫ ଯୁବକ ମାନେ ହେଲେ ଭଦ୍ରକର ସନ୍ଦିପ ସାହୁ(୩୧), ସନ୍ତୋଷ ପୃଷ୍ଟି(୨୯), ଖୋର୍ଦ୍ଧାର ସୂର୍ଯ୍ୟ ନାରାୟଣ ଜେନା (୩୨)ଓ ଗୋପାଳପୁରର ବଚନ ମହାଙ୍କୁଡ(୨୫)। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫୧୫/୨୪ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।


ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ପ୍ବାର୍ଶ୍ବ ଶ୍ୟାମଳାଇ ଛକ ନିକଟରେ ହ ୪ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ସହ ଶ୍ୟାମଳାଇ ଛକ ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ପ୍ବାର୍ଶ୍ବରେ ଛିଡା ବଡ ଧରଣର ଡ଼କାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଅତର୍କିତ ଚଢ଼ାଉ କରି ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଗିରଫ ଯୁବକ ମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା। ତଦନ୍ତ ସମୟରେ ସଂପୃକ୍ତ ଯୁବକ ମାନେ ନିକଟସ୍ଥ ଅଞ୍ଚଳରେ ଏକ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି।

ad-week
Leave A Reply

Your email address will not be published.