ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ” ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ଚଳିତ ମୌସୁମୀ ବର୍ଷା ଆଗମନକୁ ଦୃଷ୍ଟିରେ ରଖି କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରାମଗୁଡା ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ବରପଲ୍ଲୀ ଲଣ୍ଡା ପାହାଡରେ “ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେନ୍ତୁଳି, ଆମ୍ବ ବୃକ୍ଷ ହେଉଛି ଏକ ଜଙ୍ଗଲି ଜାତୀୟ ବୃକ୍ଷ ଏବଂ ଜଙ୍ଗଲି ପଶୁପକ୍ଷୀଙ୍କ ପ୍ରିୟ ଖାଦ୍ୟ ମଧ୍ୟ କିନ୍ତୁ ଜଙ୍ଗଲ କ୍ଷୟ ହେବା ଦ୍ବାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ ଦିନକୁ ଦିନ ଏହି ବୃକ୍ଷ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ଯେଉଁଥି ପାଇଁ ପଶୁ ପକ୍ଷୀ ମାନେ ଖାଦ୍ୟ ଅନ୍ୱେଷଣରେ ସହର ମୁହଁ ହେବାକୁ ଲାଗିଲେଣି । ସେଥିପାଇଁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକରୁ ଅଧିକ ଆମ୍ବ ଓ ତେନ୍ତୁଳି ମଞ୍ଜି ରୋପଣ କରାଯାଇଥିଲା।
ସଙ୍ଗଠନ ପକ୍ଷରୁ ବିଗତ ବର୍ଷମାନଙ୍କରେ ବିଭିନ୍ନ ଲଣ୍ଡା ପାହାଡ଼ ମାନଙ୍କରେ ସିଡ ବଲସ(Seed Balls) ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଚେଷ୍ଠା କରିଆସୁଥିଲା। କିନ୍ତୁ ଏଥିରେ ଆଶାନୁରୂପ ଫଳପ୍ରଦ ମିଳୁନଥିବାର ହୃଦୟଙ୍ଗମ କରି ଚଳିତ ବର୍ଷ ପାରମ୍ପରିକ ପଦ୍ଧତିରେ ଗାତ ଖୋଳି ବିଭିନ୍ନ କିସମର ଫଳନ୍ତି ମଞ୍ଜି ରୋପଣ କରାଯାଇଥିଲା। ଯାହାକି ଶତ ପ୍ରତିଶତ ଫଳପ୍ରଦ ହୋଇପାରିବ ବୋଲି ସଙ୍ଗଠନର ସଦସ୍ୟ ଆଶାବାଦୀ ରହିଛନ୍ତି।
ସଙ୍ଗଠନ ପ୍ରଥମ ପର୍ଯ୍ୟାୟରେ ନିକଟରେ ଛତ୍ରପୁର ଉପକଣ୍ଠ ରାମଚଣ୍ଡୀ ମନ୍ଦିର ନିକଟ ଲଣ୍ଡା ପାହାଡରେ ଏଭଳି ରୋପଣ କାର୍ଯ୍ୟକ୍ରମ କରିଥିବା ବେଳେ ବର୍ତ୍ତମାନ ରାମଗୁଡା ସଂରକ୍ଷିତ ଜଙ୍ଗଲର ଲଣ୍ଡା ପାହାଡରେ ରୋପଣ କରାଯାଇଛି। ଯାହାକି ଉକ୍ତ ପାହାଡ଼ରେ ଜଙ୍ଗଲ ସୃଷ୍ଟି ସହ ଜଙ୍ଗଲର ପଶୁପକ୍ଷୀ ଭବିଷ୍ୟତରେ ଫଳନ୍ତି ଗଛର ଲାଭ ନେଇପାରିବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ଏହି ” ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି ବିନୋଦ,ସାମ୍ବାଦିକ ସ୍ୱାଧୀନ କୁମାର ସାହୁ ଆକାଶ ରାଉତ,ପ୍ରବୀଣ ନାୟକ, ରବି ସାହାଣୀ,ଵାଲାଜୀ ବେହେରା,ରବି ସାହୁ, ପ୍ରଭୃତି ଉପସ୍ଥିତ ରହି ମଞ୍ଜି ରୋପଣ କରିଥିବା ବେଳେ ବ୍ରହ୍ମପୁର ସହରର ବିଭିନ୍ନ ମହିଳା ସଙ୍ଗଠନ ମଞ୍ଜି ସଂଗୃହୀତ କରି ବ୍ରହ୍ମପୁର ସବୁଜ ବାହିନୀକୁ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.