ଆକୋଲି ମା’ କନକ ଦୁର୍ଗା ବୁଢ଼ୀ ଠାକୁରାଣୀଙ୍କର ଦ୍ୱିବାର୍ଷିକୀ ଯାତ୍ରାର ଚତୁର୍ଥ ଦିବସ

add-all

ବ୍ରହ୍ମପୁର : ସନ୍ଧ୍ୟାବେଳେ ୧୦୮ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଭିଡ଼ ପରିଲକ୍ଷିତ ହୋଇଥିଲା । ମୁଖ୍ୟ ପୂଜକ ଭଗି ର ଥୀ ଗନ୍ତାୟତ, ଦେଶୀବେହେରା ବିଷ୍ଣୁ ବେହେରା,ଅଭିମନ୍ୟୁ ଆଚାର୍ଯ୍ୟ ସମେତ ବହୁ ସହଯୋଗୀ ପୂଜକଙ୍କ ଦ୍ୱାରା ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପରେ ମାଁ ନୂଆସାହି, ବନ୍ଧସାହି, ହନୁମାନନଗର, କାର୍ଜିସାହି ମା’ଙ୍କ ଘଟ ପରିକ୍ରମା କରିଥିଲେ।ମାଁ ଙ୍କ ଘଟ ପରିକ୍ରମା ସମୟରେ ଶହ ଶହ ମହିଳା ମା’ଙ୍କୁ ପାଦ ଧୌତ କରି ପୂଜାର୍ଚ୍ଚନା କରିଥିଲେ । ଘଟଧାରକ ସନ୍ତୋଷ ବେହେରା ମୁଖ୍ୟଘଟକୁ ଧାରଣା କରିଥିବା ବେଳେ ପାର୍ଶ୍ବ ଘଟ ମଧ୍ୟ ଆକର୍ଷଣୀୟ ହୋଇଥିଲା । ବିଭିନ୍ନ ସାହି ରେ ରଙ୍ଗ ବେ ର ଙ୍ଗ ର ଆଲୋକମାଳା ସଜ୍ଜିତ ହୋଇଅଙ୍କୋଲି ଗ୍ରାମ ଉତ୍ସବ ମୁଖରିତ ହୋଇଉଠିଛି ।

ଶେଷ ସପ୍ତାହରେ ରାମ ଦୋଳି, ମୀନା ବଜାର ସମେତ ପିଲାମାନଙ୍କର ଆକର୍ଷଣୀୟ ଦୋଳି ଯାତ୍ରାର ସୌନ୍ଦର୍ଯ୍ୟକୁ ଦୁଇଗଣିତ କରିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ଯାତ୍ରା କମିଟି ସଭାପତି ଭବାନୀ ଶଙ୍କର ନାୟକ, ଉପସଭାପତିବ୍ରଜମୋହନ ପ୍ରଧାନ, ପିତବାସପ୍ରଧାନ, ସମ୍ପାଦକ ତୁମ୍ଭେଶ୍ଵର ନାୟକ, ପ୍ରଦୀପ ନାୟକ, ଉପଦେଷ୍ଟା ଅରୁଣ ପ୍ରଧାନ, ପ୍ରକ।ଶ ଘଟୁଆଳ, କୋଷାଧ୍ୟକ୍ଷ ବିଟୁ ପ୍ରଧାନ, ଶ୍ରୀକାନ୍ତ ମଣ୍ଡଳ, ଇନ୍ଦ୍ର ନାୟକ, ଶିବରାମ ନାୟକ, ବାବୁ ନାୟକ, ପ୍ରିୟ ରଞ୍ଜନ ନାୟକ, ଟୁଲୁ ନାୟକ, ଅଶ୍ବିନୀ ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ, ରାଜୀବ ପ୍ରଧାନ ସମେତ ବହୁ କମିଟି ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରି ଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.