ନୟାଗଡ ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କ ବିଜୟ

add-all

ନୟାଗଡ: ନୟାଗଡର ନିଜର ବଜାୟ ଜାରି ରଖିଲା ବିଜେଡି । ବିଜେଡି ପ୍ରାର୍ଥୀ ଅରୁଣ ସାହୁ ନୟାଗଡରେ ବିଜୟଲାଭ କରିଛନ୍ତି । ୮୧,୪୭୦ ଭୋଟ ପାଇ ସେ ବିଜେପି ପ୍ରର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ତେବେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଅରୁଣ ମାତ୍ର ୩୯୬ ଭୋଟରେ ବିଜୟୀ ହୋଇଛନ୍ତି।

ନୟାଗଡ ଗତ ୨୪ବର୍ଷ ହେଲା ବିଜେଡିର ଗଡ଼ ରହିଛି । ବିଜେଡିର ଟାଣୁଆ ନେତା ଅରୁଣ ସାହୁ ନୟାଗଡରୁ ଗତ ଚାରିଥର ହେଲା ଜିତିଆସୁଛନ୍ତି । ଏଥର ମଧ୍ୟ ନୟାଗଡ଼ରେ ବିଜୟ ଲାଭ କରିଛନ୍ତି ଅରୁଣ । ୨୦୧୯ରେ ଅରୁଣଙ୍କ ବିପକ୍ଷରେ ଲଢିଥିବା ବିଜେପି ନେତ୍ରୀ ଇରାନୀ ରାୟ ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ । ଏଥର କିନ୍ତୁ ଅରୁଣଙ୍କୁ ଟକ୍କର ଦେବାକୁ ମଇଦାନକୁ ବିଜେପି ପ୍ରାର୍ଥୀ ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଓହ୍ଲାଇଥିଲେ। ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଦଳର ଜିଲ୍ଲା ସଭାପତି ରଣଜିତ ଦାଶ ।

ad-week
Leave A Reply

Your email address will not be published.