ସୁସ୍ଥ ହେଉଛନ୍ତି ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ, ଗତକାଲି କାମୁଡିଥିଲା ସାପ

add-all

ମାଲକାନଗିରି  ; ସୁସ୍ଥ ହେଉଛନ୍ତି ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ଗତକାଲି ସର୍ପାଘାତରେ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ପରିବାର ଲୋକଙ୍କ ପକ୍ଷରୁ କୁଡୁମୁଲୁଗୁମା ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଥିବା ମେଡିକାଲ କତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଥିଲା । ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରୁ ସେ ଘରକୁ ଫେରିଛନ୍ତି।

ସୂଚନା ଅନୁସାରେ ବିଜୟ ହାସଲ ପରେ ସହଯୋଗୀଙ୍କ ସହିତ ବୈଠକରେ ବ୍ୟସ୍ତ ରହିଥିଲେ। ଏହି ସମୟରେ ଲାଇନ କଟି ଯାଇଥିଲା। ଲାଇନ କଟି ଯାଇଥିବା ବେଳେ ସେ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ। ତାଙ୍କୁ ଏହି ସମୟରେ ସାପ କାମୁଡି ଥିବା ନେଇ ଜଣାପଡ଼ିଥିଲା। ମୋବାଇଲ ଲାଇଟରେ ଦେଖିଥିଲେ ମଧ୍ୟ କେହି ନଥିବା ଜାଣିବାକୁ ପାଇଥିଲେ। ପରେ ଗୋଡ଼ ବିନ୍ଧା ହେବା କାରଣରୁ ଡାକ୍ତରଖାନା ଆସିଥିଲି। ଏହି ସମୟରେ ସାପ କାମୁଡ଼ିଥିବା ନେଇ ମଙ୍ଗୁ ଖିଲ କହିଛନ୍ତି ।

ad-week
Leave A Reply

Your email address will not be published.