ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ମିଟୁ ବିଷୋୟୀ।

ଅଭିଯୋଗ ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତି ପ୍ରାୟ ୧୦ଟା ବେଳେ ମିଟୁ ବିଷୋୟୀ ଓ କାଳୁ ନାୟକଙ୍କ ମଧ୍ୟରେ ହୋଇଥିଲା ବଚସା। କାଳୁ ଉତକ୍ଷିପ୍ତ ହୋଇ ମିଟୁଙ୍କୁ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମିଟୁଙ୍କୁ ଉଦ୍ଧାର କରି ଆସ୍କା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନକୁ ନିଆଯାଇଥିଲା। କିନ୍ତୁ ମିଟୁଙ୍କର ମୃତ୍ୟୁ ଘଟିଥିଲା।

ବଡ଼ଗଡ଼ ପୁଲିସ୍ ଅଭିଯୁକ୍ତ କାଳୁ ନାୟକଙ୍କୁ ଗିରଫ କରିଛି। ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.