NDA ବୈଠକରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

add-all

NDAର ନେତା ଭାବେ ନିର୍ବାଚିତ ହେବା ପରେ ସଂସଦୀୟ ଦଳ ବୈଠକରେ ଅଭିଭାଷଣ ରଖିଛନ୍ତି ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିବା ସହ ଆଗାମୀ ଭିଜନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଓଡ଼ିଶା ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ସ୍ଥାନ ନେବ ବୋଲି ମୋଦି କହିଛନ୍ତି।

ଅଭିଭାଷଣରେ ମୋଦି କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଞ୍ଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ। ଓଡ଼ିଶା ଦେଶର ବିକଶିତ ଇଞ୍ଜିନ ହେବ ବୋଲି ମୋଦି କହିଛନ୍ତି।

ବହୁମତ ପରେ ଆଜି ଏନ୍‌ଡିଏ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରି ମୋଦି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଥିବାରୁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ।

ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ। ମୋ ପାଖରେ ନିଜ, ପର ଭେଦଭାବ ନାହିଁ, ସମସ୍ତେ ସମାନ। ଆଗାମୀ ୧୦ ବର୍ଷରେ ଗୁଡ୍‌ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ। ସମସ୍ତେ ମିଶି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.