ମହାକାଶରେ ପହଞ୍ଚି ଖୁସିରେ ନାଚିବା ପରେ ସୁନୀତାଙ୍କ ପ୍ରତିକ୍ରିୟା

add-all

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ କ୍ରୁମେଟ ବଚ୍ ୱିଲମୋରଙ୍କ ସହିତ ମହାକାଶ ଯାତ୍ରା କରିଛନ୍ତି।

ବୋଇଂ ଷ୍ଟାରଲାଇନର ମହାକାଶ ଯାନ ଦ୍ବାରା ଗୁରୁବାର ସୁନୀତା ଏବଂ ତାଙ୍କ ସହ ପାଇଲଟ୍‌‌ ବଚ୍‌‌ ୱିଲମୋର୍‌‌ ମହାକାଶରେ ସଫଳତା ସହ ଅବତରଣ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ମହାକାଶ ଯାନ ପହଞ୍ଚିଯିବା ପରେ ମହାକାଶଚାରୀ ସୁନିତା ଖୁସିରେ ନାଚି ଉଠିଥିଲେ।  ଏଥିସହିତ ତାଙ୍କ ସାଥୀରେ ଥିବା ଅନ୍ୟ ୭ଜଣ ସଦସ୍ୟଙ୍କୁ ଆଲିଙ୍ଗନ ବି କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ମହାକାଶ ଯାତ୍ରାରେ ସୁନୀତା ପ୍ରଥମ ମହିଳା ପାଇଲଟଙ୍କ ସହିତ ଏକ ନୂଆ ସ୍ପେସକ୍ରାଫ୍ଟକୁ ଚଲାଇ ଥିବାର ରେକର୍ଡ ସୃଷ୍ଟି କରିଛନ୍ତି।

ମହାକାଶରେ ପହଞ୍ଚିବା ପରେ ଆଇଏସଏସର ଦୀର୍ଘ ଦିନର ପରମ୍ପରା ଅନୁଯାୟୀ ସୁନୀତା ଏବଂ ୱିଲିୟମ୍ସଙ୍କୁ ଘଣ୍ଟି ବଜାଇ ସ୍ୱାଗତ କରାଯାଇଥିଲା। ସୁନୀତା ତାଙ୍କ  “ନୃତ୍ୟ ପାର୍ଟିକୁ ନେଇ କହିଛନ୍ତି, କୌଣସି  ଜିନିଷକୁ ଆଗକୁ ନେବା ପାଇଁ ଏହା ହେଉଛି ଉଚିତ ଉପାୟ। ମୋର କ୍ରୁ ସଦସ୍ୟମାନେ ମୋର ଆଉ ଏକ ପରିବାର। ଏପରି ଚମତ୍କାର ସ୍ୱାଗତ ପାଇଁ ଧନ୍ୟବାଦ ।।’

ଫ୍ଲୋରିଡାର କେପ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଉତକ୍ଷେପଣ ହେବାର ପ୍ରାୟ ୨୬ ଘଣ୍ଟା ପରେ ବୋଇଙ୍ଗ ମହାକାଶଯାନ ସଫଳତାର ସହ ଆଇଏସଏସରେ ପହଞ୍ଚିଥିଲା।

ad-week
Leave A Reply

Your email address will not be published.