ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

add-all

ଭୁବନେଶ୍ୱର: ଆଇଏଏସ ସୁଜାତା ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି ବିଜେଡିର ନମ୍ବର ଟୁ ନେତା ଭି,କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟିରେ ରହିଥିବା ସେ ତାଙ୍କ ଛୁଟି ଆବେଦନ ଚିଠିରେ ଉଲ୍ଲେଖ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ‘୬ ମାସ ପାଇଁ ଛୁଟି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେଡି ସରକାରର ପତନ ହୋଇଛି। ୧୦ ତାରିଖରେ ନୂଆ ସରକାର ଶପଥ ନେବାକୁ ଯାଉଛି। ଏହାପୂର୍ବରୁ କିଛି ପ୍ରଶାସନିକ ଅଧିକାରୀ ଏବେ ଛାନିଆ ହୋଇପଡ଼ିଥିବା ଜଣାପଡ଼ିଛି। କାରଣ ଏହି ପ୍ରଶାସନିକ ଅଧିକାରୀ ବିଜେଡି ସରକାର ସହ ଘନିଷ୍ଠତା ଥିଲା ବୋଲି କୁହାଯାଉଛି।

ନିକଟରେ ସିଏମଓର ପରାମର୍ଶଦାତା ଥିବା ଭିନିଲ କ୍ରିଷ୍ନନ, ସୁରେଶ ମହାପାତ୍ର ଆଦି ଇସ୍ତଫା ଦେଇଛନ୍ତି। ସେହିପରି ନିର୍ବାଚନ ବେଳେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଡି.ଏସ କୁଟ୍ଟେଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ। ଆଇପିଏସ ଆଶିଷ ସିଂହଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଖାଲି ପ୍ରଶାସନିକ ଅଧିକାରୀ ନୁହେଁ ବିଜେଡି ସରକାରର ଅନ୍ୟତମ କ୍ଷମତାଶାଳୀ ନେତା ତଥା ସୁଜାତାଙ୍କ ସ୍ବାମୀ ଭି.କେ ପାଣ୍ଡିଆନ୍ ବୁଧବାର ରାତିରୁ ଦିଲ୍ଲୀ ପଳାଇ ଯାଇଛନ୍ତି। ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେ ଦିଲ୍ଲୀ ଯାଇଛନ୍ତି।

ad-week
Leave A Reply

Your email address will not be published.