ବଜ୍ରାଘାତରେ ୫ ମୃତ, ୪ ଗୁରୁତର

add-all

ରାଜ୍ୟରେ ଆଜି ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କୁଇଲିପାଳ ଗାଁରେ ବଜ୍ରାଘାତରେ ଖୁଦୁରା ନାଏକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି।

ସେହିପରି ଢେଙ୍କାନାଳ ଜିଲ୍ଲା କାମାଖ୍ୟାନଗରର ବାଘୁଆ ଗାଁରେ ବଜ୍ରପାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିହୋଇଛନ୍ତି।

ନୂଆପଡ଼ାଜିଲ୍ଲା ଖଡ଼ିଆଳରେ କିରିକିଟା ଗାଁରେ ଜଣେ ବୃଦ୍ଧ ମୃତ, ଆଉ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୌଡ଼ପାଟଣା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଗଣିଆ ଥାନା କେନ୍ଦୁପଲ୍ଲୀ ଗାଁରେ ବଜ୍ରାଘାତ ୪ରି ବଖରା ଘର ଜଳିଯାଇଛି। କେନ୍ଦୁଝର ସଦର ବ୍ଲକ ଗୁମୁରା ଗାଁରେ ଗାଈ ଚରାଉଥିବା ବେଳେ ବିଜୁଳି ମାରି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। 

ad-week
Leave A Reply

Your email address will not be published.