ଲାଗିଲା ଲାଇଟ୍‌, ଆଲୋକମାଳାରେ ପୁଣି ଝଲସିଲା ଶ୍ରୀମନ୍ଦିର

add-all

ପୁରୀ: ସାଧାରଣ ନିର୍ବାଚନ-୨୦୨୪ର ଫଳ ଗତ ୪ ତାରିଖ ସନ୍ଧ୍ୟାରେ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସି ଉଠିଛି। ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରୁ ଅନ୍ଧାର ହଟି ଆଲୋକିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପଟେ ଉଜ୍ବଳ ଆଲୋକ ଲଗାଇ ଦିଆଯାଇଛି। ଶ୍ରୀମନ୍ଦିର ଆଲୋକମାଳାରେ ଝଲିସିବା ପରେ ଶ୍ରଦ୍ଧାଳୁ, ସେବାୟତ, ପୁରୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।
ମନ୍ଦିର ବାହାର ପାର୍ଶ୍ବରୁ ଲାଇଟ୍‌ କାଢ଼ି ଦିଆଯିବା ପରେ ଏହା ରାଜ୍ୟର ପ୍ରମୁଖ ଖବର ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଆଲୋକ ପାଇଁ କାହିଁକି ଲାଇଟ୍‌ ଭଡ଼ାରେ ଅଣାଯାଇଥିଲା ବୋଲି ବୁଦ୍ଧିଜୀବୀ ଓ ଭକ୍ତ ପ୍ରଶ୍ନ କରିଥିଲେ। ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୁରୀ ଶ୍ରୀମନ୍ଦିରରେ ପହଂଚି ଲାଇଟ ଲଗାଇବା କାମର ତଦାରଖ କରିଥିଲେ। ସେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ନିର୍ବାଚନରେ ବିଜେଡି ହାରିବା ପରେ ମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟକୁ ହଟେଇ ନିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଥିଲା। ଅନ୍ୟପଟରେ ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ଜଣଙ୍କୁ ଅଟକ ରଖି ସିଂହଦ୍ୱାର ଥାନା ପୁଲିସ୍ ପଚରାଉଚରା ଜାରି ରଖିଛି ।

ad-week
Leave A Reply

Your email address will not be published.