ଡାକ୍ତର ଅମ୍ଲାନ ଭୋଇଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

add-all

ମାଲକାନଗିରି: କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇକୁ ପୁଲିସ ଉଦ୍ଧାର କରି ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏସପି ନୀତିଶ ବାଧୱାନୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଗତ ୨ ତାରିଖ ସାଢେ ୯ଟାରେ କାଲିମେଳା ଡାକ୍ତର ଖାନାର ମେଡିକାଲ ଅଫିସର ରାକେଶ କୁମାର ସାହୁ କାଲିମେଳା ଥାନାରେ ଲିଖିତ ଏତଲା ଦାୟର କରିଥିଲେ ଯେ ଡାକ୍ତର ଅମ୍ଲାନ ଭୋଇ ଘରେ ନାହାନ୍ତି ଏବଂ ତାଂକ ଘର ଆଗରେ ନକ୍ସଲ ଏକ ପୋଷ୍ଟର ମାରିଛନ୍ତି। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଲଗାତାର ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଅମ୍ଲାନକୁ ଖୋଜିବା ଆରମ୍ଭ କରିଥିଲେ।
ତେବେ ପ୍ରାଥମିକ ତଦନ୍ତରୁ ନକ୍ସଲ ଅମ୍ଲାନଙ୍କୁ ଅପହରଣ କରନଥିବା ଜଣାପଡିଥିଲା। ସେ କୁଆଡେ ଗଲେ ଏବଂ କାହିଁକି ଗଲେ ପୁଲିସ ଟେର ମଧ୍ୟ ପାଇପାରିନଥିଲା। ଗତ ୫ ତାରିଖରେ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ଡାକ୍ତର ଅମ୍ଲାନ କର୍ଣ୍ଣାଟକର ରାମନାଗଡ଼ ଜିଲ୍ଲାର ହରହାଲି ଥାନା ଅନ୍ତର୍ଗତ ହରହାଲି ବସଷ୍ଟାଣ୍ଡରେ ଠିଆ ହୋଇଛନ୍ତି। ତୁରନ୍ତ ହରହାଲି ପୁଲିସ ଥାନାକୁ ତୁରନ୍ତ ମାଲକାନଗିରି ପୁଲିସ ଯୋଗାଯୋଗ କରି ଅମ୍ଲାନକୁ ଉଦ୍ଧାର କରାଯାଇଥିଲା। ପରେ ମାଲକାନଗିରି ପୁଲିସ କର୍ଣ୍ଣାଟକ ପହଞ୍ଚି ଅମ୍ଲାନଙ୍କୁ ମାଲକାନଗିରି ଆଣିଥିବା କହିଥିଲେ। ଅମ୍ଲାନ ନିଜର କୌଣସି କାମ ପାଇଁ ସେ କାଲିମେଳା ଛାଡ଼ିଥିଲେ ବୋଲି ପୁଲିସ କହିଛି। ଏହାର ତଦନ୍ତ ପୁଲିସ କରୁଥିବା ଜଣାପଡ଼ିଛି। ଆଜି ପରିବାର ଲୋକଙ୍କ ସହ ଅମ୍ଲାନକୁ ସାକ୍ଷାତ କରାଇଥିଲେ।

ad-week
Leave A Reply

Your email address will not be published.