ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କ ସାମ୍ବାଦିକ ସମ୍ମିଳନୀ : ଜନମତକୁ ସମର୍ଥନ

add-all


ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଶନିବାର ଅପରାହ୍ନରେ ଚିକିଟୀ ରାଜଉଆସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଚିକିଟୀ ଭୋଟର ଚଳିତ ନିର୍ବାଚନରେ ଦେଇଥିବା ଜନମତକୁ ସମ୍ମାନ ଜଣାଇଛନ୍ତି। ବିଜୟ ଓ ପରାଜୟ ପ୍ରତିଯୋଗିତାରେ ସବୁବେଳେ ରହିଆସିଛି। ଚିକିଟୀ ନିର୍ବାଚନ ମଣ୍ଡଳୀର ୬୩ ହଜାରରୁ ଉର୍ଦ୍ଧ ଭୋଟର ମୋ ସପକ୍ଷରେ ଭୋଟ ଦେଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇବା ସହ ବିଜୁ ଜନତା ଦଳ ଆଗାମୀ ଦିନରେ ଚିକିଟୀ ନିର୍ବାଚନ ମଣ୍ଡଳୀରେ ନିଜକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀରୂପ କହିଥିଲେ।ନିର୍ବାଚନ ପରାଜୟ ପରେ ସେ କୁଆଡେ ଚିକିଟୀ ଛାଡି ଚାଲିଯାଉଥିବା ନେଇ କିଛି ଲୋକ ଚଳାଇଥିବା ମିଥ୍ୟା ଗୁଜବକୁ ବିଶ୍ୱାସ ନକରି ପୂର୍ବଭଳି ନିଜ ଅଞ୍ଚଳର ଲୋକଙ୍କ ସୁଖ ଦୁଃଖରେ ରହି କାର୍ଯ୍ୟ କରିବି ବୋଲି କହିବା ସହିତ ବିଜେଡି କର୍ମୀ ଓ କର୍ମକାର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି। ବିଜେଡି ଅମଳରେ ଚାଲିଥିବା ବିକାଶର ଧାରା ଯେପରି ଆଗାମୀ ଦିନରେ ଲୋକମାନେ ପାଇବାରୁ ବଞ୍ଚିତ ନହୁଅନ୍ତୁ ବୋଲି ଶ୍ରୀରୂପ କହିଛନ୍ତି। ବିଜେଡି କର୍ମୀ ମାନଙ୍କୁ ଚଳିତ ନିର୍ବାଚନରେ ସେମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ମୁଁ ସବୁବେଳେ କର୍ମୀଙ୍କ ସହ ରହିଛି ଓ ଆଗକୁ ବି ରହିବି ବୋଲି କହିଛନ୍ତି।ତେଣୁ କୌଣସି ବିଜେଡି କର୍ମୀ ଅସ୍ଥିର ହୁଅନ୍ତୁ ନାହିଁ କିମ୍ବା ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.