ନିମ୍ନମାନର କାର୍ଯ୍ୟ ଯୋଗୁଁ ୩ୟଥର ପାଇଁ ଭୁଶୁଡ଼ିଲା ବିମାନ ବନ୍ଦର ପାଚେରୀ

add-all

ମାଲକାନଗିରି : ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପୁଣି ଭୁଶୁଡି ପଡିଲା ମାଲକାନଗିରି ଉଡାଜାହାଜ ପଡିଆ ପାଚେରୀ। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣାଧୀନ ବିମାନ ବନ୍ଦରର ପୃଥକ ପୃଥକ ଜାଗାରେ ୫୦ ମିଟରରୁ ଅଧିକ ଲମ୍ବା ପାଚେରୀ ଭୁଶୁଡି ପଡିଛି। ଏଥି ପୂର୍ବରୁ ଦୁଇ ଦୁଇଥର ପାଚେରୀ ଭୁଦୁଡି ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପୂର୍ବରୁ ବାରମ୍ବାର ପାଚେରୀ ଭୁଷୁଡିବା ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଥିବା ଓ ବିମାନ ବନ୍ଦରରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ଵାରା ନିର୍ମିତ ଏହି ବିମାନ ବନ୍ଦର କେତେ ଦିନଧରି ସ୍ଥାୟି ରହିବ ଆଗକୁ ଏହି ଭଳି ଘଟଣା କିଭଳି ନଘଟିବ ତାହା ଦେଖିବା କୁ ବାକି ରହିଲା ।

ad-week
Leave A Reply

Your email address will not be published.