ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ

add-all

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଛନ୍ତି। ରବିବାର ଏନେଇ ଘୋଷଣା କରିଛନ୍ତି ଅଚ୍ୟୁତ ସାମନ୍ତ। ଜୁନ୍‍ ୯ ତାରିଖରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି।
ଶ୍ରୀ ସାମନ୍ତ କହିଛନ୍ତି, ଗତକାଲି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସେ ଏ ସମ୍ପର୍କରେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ କନ୍ଧମାଳ ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ଦୀର୍ଘ ୩୨ବର୍ଷ ଧରି ଜାରି ରଖିଥିବା ସମାଜସେବା ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ ଅଚ୍ୟୁତ ସାମନ୍ତ।

ad-week
Leave A Reply

Your email address will not be published.