କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ

add-all

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଏମଭି-୩ ଗ୍ରାମ ନିକଟସ୍ଥ କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗୋଦାମ ପୋଡିଯାଇଥିଲା। ଅଗ୍ନିଶମ ସେବା ଭାରପ୍ରାପ୍ତ ଅଧିକାରୀ କମଳ ଗୌଡ଼ ତଥା ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାରେ ଲାଗିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ନିଆଁ ଲିଭି ପାରିନାହିଁ। ଏହି କେନ୍ଦୁପତ୍ର ଗୋଦାମ ମାଲିକ ଗୋପାଳ ସିକଦର ବୋଲି ଜଣାପଡିଛି। ଲକ୍ଷାଧିକ ଟଙ୍କାର ପତ୍ର ପୋଡି ନଷ୍ଟ ହୋଇଥିବା ବେଳେ ଏହି ଗୋଦାମରେ କିପରି ନିଆଁ ଲାଗିଲା ତାହା ଜଣାପଡିନାହିଁ। ଏ ନେଇ ପୁଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.