ଶପଥ ନେଲେ ପ୍ରେମ ସିଂହ ତମାଙ୍ଗ, କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଲେ ମୁଖ୍ୟମନ୍ତ୍ରୀ

add-all

ଗାଙ୍ଗଟକ : ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରେମ ସିଂହ ତମାଙ୍ଗ। ଆଜି ସିକ୍କିମର ପାଲଜୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ତମାଙ୍ଗ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହି ଶପଥ ଗ୍ରହଣ ସହ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ)ର ସୁପ୍ରିମୋ ପ୍ରେମ ସିଂହ ତମାଙ୍ଗ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଚଳିତ ବର୍ଷ ଏପ୍ରିଲରେ ସିକ୍କିମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଜୁନ୍ 2ରେ ଫଳାଫଳ ପ୍ରକାଶ ପାଇଥିଲା। ପ୍ରେମ ସିଂହ ତମାଙ୍ଗଙ୍କ ନେତୃତ୍ୱାଧୀନ ଏସକେଏମ ଏକ ପାଖିଆ ବିଜୟ ଲାଭ କରିଛି। ରାଜ୍ୟରେ ମୋଟ 32ଟି ବିଧାନସଭା ଆସନରୁ ଦଳକୁ 31ଟି ଆସନ ସହ ବହୁମତ ମିଳିଥିଲା। ଏହି ବିଜୟ ସହ ତମାଙ୍ଗଙ୍କ ଲୋକପ୍ରିୟତା ସ୍ପଷ୍ଟ ହୋଇଯାଇଛି। ସେ ମଧ୍ୟ ପ୍ରାର୍ଥୀ ହୋଇଥିବା ଦୁଇଟି ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି।
ପ୍ରେମ ସିଂ ତମାଙ୍ଗ 5 ଫେବୃଆରୀ 1968ରେ ପଶ୍ଚିମ ସିକ୍କିମର ସିଙ୍ଗଲିଙ୍ଗ ବସ୍ତିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ କାଲୁ ସିଂହ ତମାଙ୍ଗ। ତାମାଙ୍ଗ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ, 1988ରେ ଦାର୍ଜିଲିଂ ସରକାରୀ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ତମାଙ୍ଗ ଜଣେ ସରକାରୀ ଶିକ୍ଷକ ଥିଲେ। ପରେ ସେ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.