ରାସ୍ତାରେ ଯିବା ବେଳେ ମହିଳାଙ୍କୁ କଚାଡ଼ି ଦେଲା ହାତୀ

add-all

ଦେବଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହାତ ହୋଇଛି। ଗୁରୁତର ମହିଳା ଜଣଙ୍କ ହେଲେ ମନ୍ଦାକିନୀ ବେହେରା। ଘଟଣାଟି ହେଉଛି ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସିଆରିମାଳିଆ ଗାଁରେ।
ଆଜି ସକାଳେ ସିଆରିମାଳିଆ ଗାଁରେ ୧୧ ଟିକିଆ ହାତୀ ପଲ ପଶି ଯାଇଥିଲେ। ସେଇ ରାସ୍ତା ଦେଇ ମନ୍ଦାକିନୀ ଯାଉଥିଲେ। ହଠାତ୍‌ ଏକ ଦନ୍ତା ହାତୀ ତାର ଶୁଣ୍ଢରେ ତାଙ୍କୁ ଟାଣି ଆଣି ରାସ୍ତାରେ କଚାଡ଼ି ଦେଇଥିଲେ। ମନ୍ଦାକିନୀ ପାଟିକରି ଲୋକଙ୍କୁ ଡାକିବାରୁ ସ୍ଥାନୀୟ ଲୋକେ ଓ ବନର୍କଚାରୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଜଣାପଡ଼ିଥିଲା ଯେ ମନ୍ଦାକିନୀଙ୍କର ଗୋଡ଼ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛ।

ad-week
Leave A Reply

Your email address will not be published.