ବଡ଼ଦାଣ୍ଡରୁ ହଟିଲା AC ଟନେଲ୍‌, ଖୋଲିଲା ବ୍ୟାରିକେଡ୍‌

add-all

ପୁରୀ : ଜୁନ ୨୨ ତାରିଖରେ ପଡ଼ୁଛି ଦେବସ୍ନାନ ପୂର୍ଣ୍ଣିମା। ଆଉ ଜୁଲାଇ ୭ ତାରିଖ ପଡ଼ିବ ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ପୁରୀ ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ଟନେଲ୍‌ ସେଡକୁ ହଟା ଯାଉଛି। ଏଥିରେ ଲାଗିଥିବା ଏୟାରକଣ୍ଡିସନ୍‌ ମେସିନକୁ ଖୋଲାଯାଇଛି। ବ୍ୟାରିକେଡ କଢା ଯାଉଛି। ଆଗାମୀ ୧୫ ତାରିଖ ଭିତରେ ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କେଉଁଠି ଏହାକୁ ଲଗାଯିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା।
ସେପଟେ ଦେଖିବାକୁ ଗଲେ ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ସେଡ୍‌ ଶ୍ରୀମନ୍ଦିର ପଛପଟ ସାହି ବାସେଳି ସାହି, ମାର୍କେଣ୍ଡେୟଶ୍ୱର ସାହି, ବାଲି ସାହି, ହରଚଣ୍ଡୀସାହିର ବାସିନ୍ଦାଙ୍କପାଇଁ ମରଣଯନ୍ତା ପାଲିଟିଥିଲା। ଏହା ହଟିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଥିଲା।
ଅନ୍ୟପକ୍ଷରେ ଚାରି ଦୁଆର ଖୋଲିଦେଲେ ଏହି ଏସି ଟନେଲ ସେଡ୍‌ର ଆବଶ୍ୟକ ନାହିଁ। ଚାରି ଦୁଆର ଖୋଲିଲେ ମନ୍ଦିର ଭିତରେ ପୁଲିସ୍‌ ଭିଡ କଣ୍ଟ୍ରୋଲ କଲେ ସମସ୍ତ ଶ୍ରଦ୍ଧାଳୁ ଭଲ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। କେବଳ ବିଶେଷ ଦିନ ଅର୍ଥାତ ଜାନୁଆରୀ ପହିଲା ଓ ଯାନିଯାତ୍ରା ସମୟରେ କଟକଣା କଲେ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି।

ad-week
Leave A Reply

Your email address will not be published.