ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍ ଓ ଏସି ଟନେଲ୍

add-all

ପୁରୀ: ରଥଯାତ୍ରାକୁ ନଜରରେ ରଖି ବଡଦାଣ୍ଡରୁ ଖୋଲାଯାଉଛି ସମସ୍ତ ବ୍ୟାରିକେଡ୍। ଆଗାମୀ ଦୁଇ ତିନି ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିବ ଚାରି ଦ୍ୱାର। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ସେହିପରି ବଡ଼ଦାଣ୍ଡରେ ଭକ୍ତଙ୍କ ସୁବିଧା ପାଇଁ ଲଗାଯାଇଥିବା ଏସି ଟନେଲକୁ ହଟାଯାଉଛି।

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ବାହାରେ କରାଯାଇଥିବା ଏସି ସେଡ୍ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତିନି ଦିନ ଧରି ଏହି ବ୍ୟାରିକେଡ ହଟାଯିବା କାର୍ଯ୍ୟ ଜାରି ରହିଛି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ବ୍ୟାରିକେଡକୁ ହଟାଯିବାକୁ ଲକ୍ଷ୍ୟ ରଖାଯାଇଛି। କିଛି ଦିନ ପୂର୍ବରୁ ଖରାରୁ ରକ୍ଷା ପାଇବା ପାଇଁ ଏସି ସେଡ୍ କରାଯାଇଥିଲା । ହେଲେ ଏଥିରେ ରଥଯାତ୍ରା ପ୍ରକ୍ରିୟାରେ ସମସ୍ୟା ଉପୁଜିପାରେ ବୋଲି ଏସି ଖୋଲାଯାଉଛି । ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅତ୍ୟଧିକ ଖରା ଦାଉରୁ ରକ୍ଷା ପାଇଁ ଭକ୍ତଙ୍କ ଲାଗି ବଡଦାଣ୍ଡରେ ଏସି ଟନେଲର ବ୍ୟବସ୍ଥା କରିଥିଲା ପ୍ରଶାସନ। କିନ୍ତୁ ଏବେ ରଥଯାତ୍ରା ଆସୁଥିବାରୁ ବଡଦାଣ୍ଡ ଖାଲି କରିବା ଉଦ୍ଦେଶ୍ୟରେ ଏସି ଟନେଲ ଗୁଡିକୁ ହଟାଯାଉଛି। ଉଲ୍ଲେଖଯୋଗ୍ୟ, ଧାଡିରେ ଅପେକ୍ଷା କରିଥିବା ଭକ୍ତଙ୍କ ସୁବିଧା ପାଇଁ ପ୍ରଶାସନ ୮୫ ମିଟର ଲମ୍ବ ଏବଂ ୧୨ ମିଟର ଚଉଡା ଏସି ସେଡ ସ୍ଥାପନ କରିଥିଲେ।

ad-week
Leave A Reply

Your email address will not be published.