ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି

add-all

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବରିଷ୍ଠ ନେତା ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ପଟ୍ଟନାୟକ ସେମାନଙ୍କ ହାତରୁ ନିମନ୍ତ୍ରଣ ପତ୍ର ଗ୍ରହଣ କରି‌ବା ପରେ ନିଶ୍ଚିତ ଆସିବି ବୋଲି କହିଥିବା ନେଇ ପରେ ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆସନ୍ତାକାଲି ବିଜେପିର ଶପଥ ସମାରୋହ ହେବ। ଭୁବନେଶ୍ୱରର ଜନତା ମୈଦାନରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତେବେ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ଜାତୀୟ ସ୍ତରର ନେତା ବି ସାମିଲ ହେବେ ।

ad-week
Leave A Reply

Your email address will not be published.