NEET କାଉନସେଲିଂ ଉପରେ ଲାଗିବନି ରୋକ୍‌, NTAକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

add-all

NEET UG ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ଜାରି ରହିଛି ବିବାଦ। ଏହାରି ଭିତରେ NEET କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନିଟ୍‌ ପରୀକ୍ଷାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ ହୋଇଛି। ଜଷ୍ଟିସ ବିକ୍ରମ ନାଥ ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନ୍ୟାଶନାଲ୍‌ ଟେଷ୍ଟି ଏଜେନ୍ସି ତଥା ଏନ୍‌ଟିଏକୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟ ଏହି ଆବେଦନକୁ ଅନ୍ୟ ଏକ ଆବେଦନ ସହ ଯୋଡିଛନ୍ତି। ଏଥିସହ ନିଟ୍‌ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଫା ସଫା ମନା କରି ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ପରୀକ୍ଷାର ସ୍ୱଚ୍ଛତା ପ୍ରଭାବିତ ହୋଇଛି। ଏଥିପାଇଁ ଏନ୍‌ଟିଏକୁ ନୋଟିସ୍‌ ଜାରି କରି ଜବାବ ମଗାଯାଇଛି। ଆମେ ଏନ୍‌ଟିଏର ଦଲିଲ ମଧ୍ୟ ଶୁଣିବାକୁ ଚାହୁଁଛୁ। ଉତ୍ତର ପାଇବା ପରେ ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବୁ।

NEET UG-୨୦୨୪ ରେଜଲ୍ଟ ପ୍ରକାଶିତ ହେବା ପରେ ଏହାକୁ ନେଇ ବିବାଦ ଜାରି ରହିଛି। ପରୀକ୍ଷାରେ ହେରଫେର୍‌ ହୋଇଥିବା ନେଇ ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ପରୀକ୍ଷା ଆୟୋଜିତ କରିଥିବା ଏଜେନ୍ସି ଏନ୍‌ଟିଏ ଉପରେ ପ୍ରଶ୍ନ ଉଠାଇଛନ୍ତି। 

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜୁନ ୪ ରେ NEET UG-୨୦୨୪ ପରୀକ୍ଷାର ଫଳାଫଳ ପ୍ରକାଶ କରିଥିଲା। ୬୭ ଜଣ ପରୀକ୍ଷାର୍ଥୀ ଏଥିରେ ଟପ୍ପର ହୋଇଛନ୍ତି। ଫଳାଫଳରେ ବହୁ ପରିମାଣରେ ଅନିୟମିତତା ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଗୋଟିଏ ସେଣ୍ଟରରୁ ହିଁ ଏକାଧିକ ପିଲା ଟପ୍ପର ହେବାକୁ ନେଇ ସନ୍ଦେହ ବଢ଼ିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି।

ad-week
Leave A Reply

Your email address will not be published.