ଅନ୍ତଃବସ୍ତ୍ରରେ ଲୁଚାଇ ନେଉଥିଲେ, ବାହାରିଲା ୩୩ କିଲୋ ସୁନା

add-all

ବିଦେଶରୁ ସୁନା ଚାଲାଣ କିଭଳି କରିବେ। କେବଳ ସତିକି ନୁହେଁ ସୁନା ଆଣିବା ବେଳେ କିଭଳି ବିମାନ ବନ୍ଦରରେ ଧରା ନ ପଡିବେ। ଏଥିପାଇଁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ଅପରାଧି। କିଏ ଟ୍ରଲି ଚକା ଭିତରେ ଲୁଚାଇ ଆଣିବାକୁ ଚେଷ୍ଟା କରୁଛି ତ ଆଉ କିଏ ଖାଇବା ଜିନିଷ ଭିତରେ ଲଚାଇଛନ୍ତି। ସେହିପରି ଆଉ କିଏ ଅନ୍ତଃବସ୍ତ୍ର ଭିତରେ ମଧ୍ୟ ଲଚୁାଇବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ମୁମ୍ବାଇ ବିମାନ ବନ୍ଦରରୁ ଧରା ପଡିଛି ବିପୁଳ ପରିମାଣର ସୁନା। ମହିଳାଙ୍କ ଅନ୍ତଃବସ୍ତ୍ର ଭିତରୁ ବାହାରିଲା ପୁଳା ପୁଳା ସୁନା। ଦୁଇଟି ପୃଥକ ମାମଲାରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଜଣ ବିଦେଶୀ ମହିଳା ନାଗରିକଙ୍କ ଅନ୍ତଃବସ୍ତ୍ର ଏବଂ ଲଗେଜରୁ ୩୨.୭୯ କିଲୋଗ୍ରାମର ସୁନା ଜବତ ହୋଇଛି।

ସୋମବାର ଦିନ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ଆଫ୍ରିକୀୟ ଦେଶରୁ ଆସୁଥିବା ଦୁଇ ବିଦେଶୀ ମହିଳାଙ୍କ ଉପରେ ସନ୍ଦେହ ହୋଇଥିଲା। ଏହାପରେ କଷ୍ଟମ ଡିପାର୍ଟମେଣ୍ଟର ଅଧିକାରୀମାନେ ସେମାନଙ୍କ ତଲାସି ନେଇଥିଲେ। ଏହି ସମୟରେ ସେନାଙ୍କ ଅନ୍ତଃବସ୍ତ୍ର ଓ ଲଗେଜରୁ ସୁନା ମିଳିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୧୯.୧୫ କୋଟି ଟଙ୍କା ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଉଭୟ ମହିଳାମାନଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। 

ad-week
Leave A Reply

Your email address will not be published.