
ହିଞ୍ଜିଳିକାଟୁ ୧୧/୬ : ଘୋଷଣା ହେଲା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା । ମୋହନ ମାଝୀ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ହେଲା ନିଷ୍ପତ୍ତି । ହିଞ୍ଜିଳିକାଟୁ ପୌରପରିଷଦ ନୁତନ ଵସ ଟର୍ମିନାଲ ଏନ ହେଚ ୫୯ କଡ଼ରେ ହିଞ୍ଜିଳି ବିଜେପି ଓ ବିଜେପି ସମର୍ଥକମାନେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଛନ୍ତି।ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମଣ୍ଡଳ ଵିଜେପି ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ମାଧବ ଗୈାଡ, କହ୍ନେଇଲାଲ ସାବତଙ୍କ ସହ ଵହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।