ଶ୍ରୀବଳଦେବଜିଉଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୫.୮୭ ଲକ୍ଷ ଟଙ୍କା

add-all

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧବଳଦେବଜିଉଙ୍କ ମନ୍ଦିରରେ ସ୍ଥାପିତ ହୁଣ୍ଡି ଖୋଲାଯାଇ ଏଥିରୁ ୫ ଲକ୍ଷ ୮୭ ହଜାର ୭୩୦ ଟଙ୍କା ମିଳିଛି। ଟ୍ରଷ୍ଟବୋର୍ଡ ସଭ୍ୟ ବଳରାମ ସୁଆର, ରଞ୍ଜନ ପୃଷ୍ଟି ଏବଂ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇଥିଲା।

ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ପରିସରରେ ଗଣତିରେ ଇଂ.ପ୍ରବୋଧ ପଣ୍ଡା, ପତିତପାବନ ଲେଙ୍କା, ପୁପୁନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ଗତ ରଥଯାତ୍ରା ପରଠାରୁ ହୁଣ୍ଡି ତାଲା ଖୋଲା ଯାଇନଥିଲା। ବର୍ତ୍ତମାନ ରଥଯାତ୍ରା ଆସୁଛି, ଏହି ସମୟରେ ଶ୍ରୀ ସିଦ୍ଧବଳଦେବଜିଉଙ୍କ ମନ୍ଦିରରେ ସ୍ଥାପିତ ହୁଣ୍ଡି ଖୋଲାଯାଇଛି।

ସୂଚନା ଥାଉକି କିଛି ମାସ ତଳେ ବିଳମ୍ବିତ ରାତିରେ ବଳଦେବଜୀଉ ମନ୍ଦିର ହୁଣ୍ଡି ତାଡି ସେଥିରେ ଥିବା ଟଙ୍କା ଓ ଅନ୍ୟାନ୍ୟ ଦାନ ସାମଗ୍ରୀ ସବୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ମନ୍ଦିର ପ୍ରବେଶ ଦ୍ୱାର ମୁହଁରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଳେ ଖୁଚୁରା ପଇସା ସବୁ ମନ୍ଦିର ପ୍ରଙ୍ଗଣରେ ପଡିଥିଲା। ଗତ ରଥଯାତ୍ରା ପରଠାରୁ ହୁଣ୍ଡି ତାଲା ଖୋଲା ଯାଇନଥିବାରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସନ୍ଦେହ କରାଯାଇଥିଲା। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା।

ad-week
Leave A Reply

Your email address will not be published.