ଗାଧୋଇବା ବେଳେ ହଦଗଡ଼ ଡ୍ୟାମ୍‌ରେ ଦୁଇ ଛାତ୍ର ନିଖୋଜ: ଜଣଙ୍କ ମୃତଦେହ ଉଦ୍ଧାର

add-all

ହାଟିଡ଼ିହି: କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀର ହଦଗନ ଡ୍ୟାମ୍‌ରେ ଗାଧୋଉଥିବାବେଳେ ୨ ଜଣ ଜଣ ଛାତ୍ର ପାଣିରେ ନିଖୋଜ ହୋଇଥିଲେ। ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।  ତେବେ ଏହି ୨ ଜଣଙ୍କର ପ୍ରକୃତ ପରିଚୟ ଜଣାପଡି ନ ଥୂବାବେଳେ ଏମାନେ ଭଦ୍ରକ ଜିଲା ତିହିଡି ଓ ବରପଦା ଅଞ୍ଚଳର ବୋଲି ପ୍ରାରମ୍ଭିକ ସୂଚନା ମିଳିଛି।।

ଆଜି ୫ଜଣ ଛାତ୍ର ଆସିଥିବା ବେଳେ ଜଣେ ଛାତ୍ର ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଉଦ୍ଧାର କରିବାକୁ ଯାଇ ବୁଡ଼ିଯାଇଥିଲେ। ହାଟଡ଼ିହି ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଜଣେ ଛାତ୍ରର ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ ନିଖୋଜ ଛାତ୍ରକୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ସୋସୋ ଥାନା ଅଧୂକାରୀ ବିଜୟ ବିହାରୀ କହିଛନ୍ତି, ୨ ଜଣ ଗାଧୋଉଥିବାବେଳେ ଏପରି ଅଘଟଣ ଘଟିଛି। ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ତିହିଡିର ସୌମ୍ୟଜିତ ନାୟକ ହୋଇଥିବା ବେଳେ ଆଉ ଜଣେ ବରପଦାର ଈଶ୍ୱର ଦାସ ଓ ସେମାନଙ୍କ ବୟସ ୧୯ବର୍ଷ ବୋଲି ଜଣା ପଡିଛି।

ad-week
Leave A Reply

Your email address will not be published.