ବଢିଲା ଅଜିତ ଡୋଭାଲ ଓ ପ୍ରମୋଦ ମିଶ୍ରଙ୍କ କାର୍ଯ୍ୟକାଳ

add-all

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅଜିତ ଡୋଭାଲଙ୍କୁ ପୁଣି ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଅଜିତ ଡୋଭାଲଙ୍କୁ ତୃତୀୟ ଥର ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ବିଗତ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା ଯେ ବୟସ୍ୟାଧିକ କାରଣରୁ ଡୋଭାଲ ପଦ ଛାଡ଼ିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ କାର୍ଯ୍ୟକାଳ ବଢିବା ପରେ ଏହି ଚର୍ଚ୍ଚାର ଅବସାନ ହୋଇଛି ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରମୋଦ କୁମାର ମିଶ୍ରଙ୍କ କର୍ଯ୍ୟକାଳକୁ ବି ବୃଦ୍ଧି କରାଯାଇଛି । ପୂର୍ବପରି ସେ କ୍ୟାବିନେଟ ମନ୍ତ୍ରୀର ମାନ୍ୟତା ପାଇବେ । ଅଜିତ ଡୋଭାଲ ଏବଂ ପିକେ ମିଶ୍ରଙ୍କ କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶେଷ ହୋଇଥିଲା । ସରକାରୀ ସୂଚନା ଅନୁସାରେ ନିଯୁକ୍ତ ସଂପର୍କିତ କ୍ୟାବିନେଟ କମିଟି ଅଜିତ ଡୋଭାଲଙ୍କୁ ଏନଏସଏ ଭାବେ ନିଯୁକ୍ତ କରିଛନ୍ତି । ଏହି ଆଦେଶ ଜୁନ୍ ୧୦ତାରିଖରୁ ଲାଗୁ ହେବ।
ଅଜିତ ଡୋଭାଲଙ୍କ ନିଯୁକ୍ତି ସମ୍ପର୍କରେ ଜାରି ହୋଇଥିବା ଚିଠିରେ ଆହୁରି କୁହାଯାଇଛି ଯେ ତାଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଶେଷ ହେବ। ଏହି କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବ। ଏଥିସହ ସେମାନଙ୍କ ନିଯୁକ୍ତିର ସର୍ତ୍ତାବଳୀ ଅଲଗା ଅଲଗା ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ad-week
Leave A Reply

Your email address will not be published.