ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ

add-all

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅଧିନ ଅସୁରିଆ ଗାଁରେ ଗତରାତିରେ ନିଶାସକ୍ତ ଅବସ୍ଥାରେ ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏନେଇ ଖଇରା ଥାନା କେଶ ନମ୍ବର ୧୧୮/୨୪ ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି। ଗତରାତିରେ ଅସୁରିଆ ଗାଁର କୃପାସିନ୍ଧୁ ପରିଡାଙ୍କ ପୁଅ ରମାକାନ୍ତ ପରିଡ଼ା ନିଶାଶକ୍ତ ଅବସ୍ଥାରେ ତାଙ୍କ ପତ୍ନୀକୁ କାଞ୍ଚନ ପରିଡାଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ।
ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଜାଣି ଖଇରା ପୁଲିସକୁ ଖବର ଦେଇଥିଲେ। ରମାକାନ୍ତ ନିଜ ଘରେ ଚୋରାରେ ମଦ ବିକ୍ରି କରୁଥିବା ବେଳେ ପ୍ରତ୍ୟକଦିନ ନିଶାଶକ୍ତ ଅବସ୍ଥାରେ ତାଙ୍କ ପତ୍ନୀ କାଞ୍ଚନକୁ ଗାଳିଗୁଲଜ କରିବା ସହିତ ମରା ପିଟା କରୁଥିଲେ। ଅଭିଯୁକ୍ତ ରମାକାନ୍ତ ୭ବର୍ଷ ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଜେଲରେ ଥିଲେ। ତାଙ୍କର ୩ପୁଅ ଏବଂ ଦୁଇଟି ଝିଅ ଥିବାବେଳେ ୨ଝିଅଙ୍କ ବାହାଘର ହୋଇଯାଇଛି। ୩ଜଣ ପୁଅ ବାହାରେ ରହି କାମ କରୁଥିବା ବେଳେ ସ୍ୱାମୀ ସ୍ତ୍ରୀ ୨ଜଣ ଘରେ ରହୁଥିଲେ। ରମାକାନ୍ତଙ୍କୁ ଆଜୀବନ କିମ୍ବା ଫାଶୀ ଦେବାକୁ ତାଙ୍କ ଝିଅ ଦାବିକରିଛନ୍ତି।

ad-week
Leave A Reply

Your email address will not be published.