କମଳା ପ୍ରକାଶନୀ ପକ୍ଷରୁ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଫୁଲବାଣୀ ସହରରେ ଚାଲିଥିବା ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରାର ବିଦାୟ ସମୟ ଏବଂ ରଜ ମଉଜର ଉତ୍ସବ ଆରମ୍ଭ ସମୟ
ମଜା ନେବା ପାଇଁ ଘରେ ଘରେ କୁଣିଆଙ୍କ ପ୍ରବଳ ଜନସମାଗମ ତା ସହିତ ଗ୍ରୀଷ୍ମ ପ୍ରବାହରେ ଗୁଳୁଗୁଳିଆ ପାଗ ଦିନରେ ଘର ଭିତରେ ଫ୍ୟାନ ଲଗାଇଲେ ସେଥିରୁ ବାହାରୁଛି ଗରମ ପବନ ରହିବା ଅସମ୍ଭବ l ଏପରି ସମୟରେ ପଥଚାରୀ ମାନଙ୍କ ତୃଷା ନିବାରଣ ନିମନ୍ତେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଫୁଲବାଣୀ ସହରର ବହୁ ଜଣାଶୁଣା କବି ସାହିତ୍ୟିକ ସମାଲୋଚକ ଡଃ ନୃସିଁହାନନ୍ଦ ମହାପାତ୍ରଙ୍କ କମଳା ପ୍ରକାଶନୀ ତରଫରୁ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅପରାହ୍ନ ଦୁଇ ଘଣ୍ଟା ଠାରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିଥିଲା l ପ୍ରାୟ ହଜାର ହଜାର ସଂଖ୍ୟାରେ ଲୋକ ମାନଙ୍କ ତୃଷା ମେଣ୍ଟାଇବାରେ ସହାୟକ ହୋଇଥିଲା l

ଉକ୍ତ କାର୍ଯ୍ୟକ୍ରମକୁ ଆଇନଜିବୀ ଅଶୋକ କୁମାର ବେହେରା, ବିରଜା ପ୍ରସାଦ ନାହାକ, ଜିଲ୍ଳା ଲେଖକ ସାମ୍ମୁଖ୍ୟର ସଭାପତି ରବିନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବନ ବିହାରୀ ନନ୍ଦ,କନ୍ଧମାଳ ଜିଲ୍ଳା ମିଡିଆ ଫୋରମର ସମ୍ପାଦକ ଆଇନଜିବି ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ବରିଷ୍ଠ ନାଗରିକ ସଂଘର ସଭାପତି ପଦ୍ମ ଚରଣ ସ୍ଵାଇଁ ଓ ସମ୍ପାଦକ ପ୍ରଣବ ମଣ୍ଡଲ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ l କମଳା ପ୍ରକାଶନୀର ସଭାପତି ରାମକୃଷ୍ଣ ବେହେରା ଓ ସମ୍ପାଦକ ମନୋଜ କୁମାର, ଉପସଭାପତି ଦୁର୍ଯ୍ଯୋଧନ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପୂଜ୍ଯ ପାଦ ନୀଳାଚଳ ଦାଶ ବ୍ରହ୍ମଚାରୀ ଜି ମହାରାଜ କାର୍ତିକ କୁମାର, କୁନ୍ଦନ ସିଂ, ଦିନେଶ୍ ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ,ଡଃ ରଞ୍ଜନ ପ୍ରଧାନଙ୍କ ସମେତ କମଳା ପ୍ରକାଶନୀ ର ସମସ୍ତ ସଭ୍ଯ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.