ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ତରଫରୁ ବିଶ୍ୱ ଶିଶୁଶ୍ରମିକ ନିରୋଧ ଦିବସ ପାଳିତ

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ଫୁଲବାଣୀ ସ୍ଥିତ ବ୍ଲକ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇ ଯାଇଛି । ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ସଚେତନତା ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶୀଳା ରୟ , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ତେଜ କୁମାର ବେଜ, ଜିଲ୍ଲା ପୋଲିସ ଅପରାଧ ଶାଖାର ଉପାଧ୍ୟକ୍ଷ ସୁବ୍ରତ ବେହେରା, ବରିଷ୍ଠ ସରକାରୀ ଓକିଲ ଅଶୋକ ବେହେରା,ବରିଷ୍ଠ ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ଆଇନ ସେବା ଡିଫେନସ କାଉନସିଲ ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଶିଶୁ ମଙ୍ଗଳ କମିଟି ଫୁଲବାଣୀର ସଦସ୍ୟ ପ୍ରସନ୍ନ ବିଷୋୟୀ, ଜିଲ୍ଲା ଶିଶୁ ସୁରକ୍ଷା ଫୁଲବାଣୀ ଶାଖାର ପ୍ରୋବେସନ ଅଫିସର ଅଭିରାମ କହଁର ଉପସ୍ଥିତ ରହି ଫୁଲବାଣୀ ବ୍ଲକ ଅନ୍ତର୍ଗତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସଚେତନ କରାଇଥିଲେ ।
ଆଜିର ଶିଶୁ ଆସନ୍ତାକାଲି ର ନାଗରିକ।ଜୁନ ମାସର ୧୨ ତାରିଖକୁ ପ୍ରତ୍ୟେକ ବର୍ଷ ବିଶ୍ଵ ବାଳ ଶ୍ରମିକ ନିରୋଧ ଦିବସ ପାଳନ କରାଯାଏ।ବିଶ୍ଵର ଭବିଷ୍ୟତ ପାଇଁ ଶିଶୁର ବର୍ତ୍ତମାନର ଶିକ୍ଷା, ସଂସ୍କାର କୁ ସୁନିଶ୍ଚିତ ଏବଂ ସୁରକ୍ଷିତ କରିବା ହିଁ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନର ମହାନ ଲକ୍ଷ୍ୟ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶୀଳା ରୟ କହିଥିଲେ । ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶିଶୁ ଶ୍ରମିକ ବୃଦ୍ଧିର କାରଣ, ଏହାର ନିରାକରଣ ପାଇଁ ଥିବା ବିଭିନ୍ନ ଆଇନ, ତା ସହିତ ସରକାରୀ ବିଭାଗ ଗୁଡ଼ିକର ଆନ୍ତରିକତା ତଥା ସମସ୍ତ ନାଗରିକ ମାନଙ୍କର ଦାୟିତ୍ଵବୋଧତାକୁ ସମ୍ବଳ କରି ବାଳ ଶ୍ରମିକ ବୃଦ୍ଧିକୁ ରୋକିବାକୁ ସମସ୍ତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମାଜସେବୀ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ପି.ଏଲ.ଭି ମେମ୍ବର ନିରଞ୍ଜନ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.