ମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମହିଳା ମୃତ

add-all

କୋରାପୁଟ : କୋରାପୁଟ ଟାଉନ୍ ଥାନା ଅଧୀନ କୋଲାବ ଡ୍ୟାମ୍ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଖସିବା ଫଳରେ ଚାପି ହୋଇ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ସ୍ଥାନୀୟ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ।
ସୂଚନା ଅନୁସାରେ, ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସି ଥିଲା। ଏହା ତଳେ ଚାପି ହୋଇଯାଇଥିଲେ ପୂର୍ଣ୍ଣି, ସାନମତି ଓ ଚମ୍ପା। ପୂର୍ଣ୍ଣ ଓ ସାନମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପା ବଡ଼ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
କୋରାପୁଟ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.