ଭାରତରୁ ୟୁରୋପକୁ ଚାଲିବ ହାଇସ୍ପିଡ୍ ଟ୍ରେନ ! ଜି-୭ ସମ୍ମିଳନୀରେ ଭାରତ-ୟୁରୋପ କରିଡରକୁ ନେଇ ସହମତି

add-all

ବାରି (ଇଟାଲୀ): ଆମନ୍ତ୍ରିତ ସଦସ୍ୟ ଭାବେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ଭାରତ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ଜି-୭ ଦେଶଗୁଡ଼ିକ ଭାରତକୁ ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ଏହା ଜରିଆରେ ଏବେ ହାଇସ୍ପିଡ୍ ରେଳପଥ ଜରିଆରେ ଭାରତକୁ ସିଧାସଳଖ ୟୁରୋପ ସହ ଯୋଡ଼ିବାକୁ ସହମତି ପ୍ରକାଶ ପାଇଛି। ଏହାଦ୍ୱାରା ପଶ୍ଚିମ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଭାରତର ବାଣିଜ୍ୟ ବହୁଗୁଣିତ ବୃଦ୍ଧି ପାଇବ । ଜି-୭ ଶେଷରେ ଗ୍ରୁପ୍ ଅଫ୍ ସେଭେନ୍ ଔଦ୍ୟୋଗିକ ରାଷ୍ଟ୍ରମାନେ ଭାରତ-ପଶ୍ଚିମ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍ଇସି) ଭଳି କଂକ୍ରିଟ ଭିତ୍ତିଭୂମି ପ୍ରସ୍ତାବକୁ ଅଧିକ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହ ଏହି ପ୍ରକଳ୍ପକୁ ସଡ଼କ ପଥ ବ୍ୟତୀତ ହାଇସ୍ପିଡ୍ ରେଳପଥ ସହ ଯୋଡ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।
ଭାରତ-ପଶ୍ଚିମ ଏସିଆ-ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି) ପ୍ରକଳ୍ପରେ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ମଧ୍ୟରେ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ସାଉଦି ଆରବ, ଭାରତ, ଆମେରିକା ଏବଂ ୟୁରୋପ ମଧ୍ୟରେ ଏକ ବିଶାଳ ସଡ଼କ, ରେଳ ଏବଂ ଜାହାଜ ଚଳାଚଳ ନେଟୱାର୍କର ପରିକଳ୍ପନା କରାଯାଇଛି । ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ର ରଣନୈତିକ ପ୍ରଭାବ ହ୍ରାସ କରିବା ପାଇଁ ସମାନ ଚିନ୍ତାଧାରାର ଦେଶଗୁଡ଼ିକର ଏକ ପଦକ୍ଷେପ ଭାବରେ ମଧ୍ୟ ଆଇଏମ୍ଆଇସିକୁ ଦେଖିବାକୁ ମିଳୁଛି।

ବିଆରଆଇ ହେଉଛି ଚୀନକୁ ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ଏସିଆ, ରୁଷିଆ ଏବଂ ୟୁରୋପ ସହିତ ସଂଯୋଗ କରୁଥିବା ଏକ ବିଶାଳ ଯୋଗାଯୋଗ ପ୍ରକଳ୍ପ । ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଆଇଏମଇସିକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।

ad-week
Leave A Reply

Your email address will not be published.