କୋରାପୁଟରେ ଗଡୁନି ଘରୋଇ ବସ୍, ଯାତ୍ରୀ ନାକେଦମ

add-all

କୋରାପୁଟ : କୋରାପୁଟରେ ଗଡୁନି ଘରୋଇ ବସ୍। ଘରୋଇ ବସ୍‌ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ଭିତରେ ବିବାଦକୁ ନେଇ ଆଜି ବସ୍ ଚଳାଚଳ ବନ୍ଦ ରହିଛି।

ଆଜି ସକାଳୁ କୋରାପୁଟରୁ କୌଣସି ଘରୋଇ ବସ ଗଡ଼ୁନଥିବାରୁ ହଇରାଣ ହେଉଛନ୍ତି ଯାତ୍ରୀ। ବସଷ୍ଟାଣ୍ଡରେ ଅନେକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ମାତ୍ର କୌଣସି ବସ୍‌ ନ ଆସିବାରୁ ଯାତ୍ରୀମାନେ ନିରାଶ ହୋଇ ଫେରି ଯାଇଥିଲେ।

ଗତକାଲି ବସ୍ ଟାଇମିଂକୁ ନେଇ ଘରୋଇ ବସ୍‌ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ମଧ୍ୟରେ ବଚସା ହୋଇଥିଲା। ଏହାର ପ୍ରତିବାଦରେ ଆଜି କୌଣସି କର୍ମଚାରୀ ଗାଡି ଚଳାଉନାହାନ୍ତି।

ଫଳରେ କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ତେବେ ଏ ନେଇ ବସ୍ ମାଲିକ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ଜଣଷ ବସ୍‌ କର୍ମଚାରୀ ୨ ମିନିଟ୍‌ ବିଳମ୍ବରେ ଲଗାଇବାରୁ ବସ୍‌ ମାଲିକ ତାଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲେ। ଏପରିକି ସମସ୍ତଙ୍କ ସମ୍ମୁଖରେ ସେ ନିଜ କର୍ମଚାରୀଙ୍କୁ ପିଟିଲେ। ତେଣୁ ଆମେ ଏହି ଆନ୍ଦୋଳନକୁ ଓହ୍ଲାଇଛି ବୋଲି ଜଣେ ବସ୍‌ କର୍ମଚାରୀ କହିଛନ୍ତି।

ad-week
Leave A Reply

Your email address will not be published.